ଏକୋଇଶି ଦିନର ଏକାନ୍ତବାସ ପରେ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଫେରିଲେ ପ୍ରବାସୀ ଓଡ଼ିଆ, ଗଞ୍ଜାମ ଜିଲ୍ଲାପାଳ ଜଣାଇଲେ ଶୁଭେଚ୍ଛା

ବ୍ରହ୍ମପୁର ( କେ ନ୍ୟୁଜ୍) : ୨୧ ଦିନ କ୍ୱାରେଣ୍ଟାଇନ୍‌ରେ ରହିବା ପରେ ଘରକୁ ବାହାରିଲେ ପ୍ରବାସୀ ଓଡିଆ । ଏହି ଅବସରରେ ଗଂଜାମ ଜିଲ୍ଲା ଶେରଗଡ ଆଦର୍ଶ ବିଦ୍ୟାଳୟ ରେ ହୋଇଥିବା କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଏମାନେ ବିଦାୟ ନେଇଛନ୍ତି । ଏହି ଅବସରରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ପହଞ୍ଚି ପ୍ରବାସୀମାନଙ୍କୁ ଶୁଭେଚ୍ଛା ଜଣାଇ ଥିଲେ । ଆହୁରି ମଧ୍ୟ ଯଦି କିଛି ସ୍ବାସ୍ଥ୍ୟ ଖରାପ ହୁଏ ତେବେ ତୁରନ୍ତ ଜଣାଇବାକୁ ମଧ୍ୟ କହିଥିଲେ । ଶେରଗଡ ସମେତ ଅନ୍ୟ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହୁଥିବା ପ୍ରବାସୀ, ଯେଉଁମାଙ୍କର ଏକୋଇଶି ଦିନ ପୂର୍ଣ୍ଣ ହୋଇଛି ସେମାନଙ୍କୁ ମଧ୍ୟ ଘରକୁ ପଠାଯାଇଛି । ସେମାନେ ଘରକୁ ଗଲା ପରେ ଆଉ ସପ୍ତାହେ ହୋମ୍ କ୍ୱାରେଣ୍ଟାଇନ୍‌ରେ ରହିବା ପାଇଁ ନିର୍ଦ୍ଦେଶ ରହିଛି ।

କହି ରଖିବା ଉଚିତ ହେବକି, ବର୍ତ୍ତମନ ରାଜ୍ୟରେ ୧ହଜାର ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ଘଣ୍ଟାରେ ଆଉ ନୂଆ ୭୪ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଯେବେକି ଜଣଙ୍କର ମୃତ୍ୟୁ ହୋଇଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସଂଖ୍ୟା ୧୦୫୨ରେ ପହଞ୍ଚିଛି। ନୂଆ ଜିଲ୍ଲା ଭାବେ ମାଲକାନଗିରରୁ ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୭୪ ଆକ୍ରାନ୍ତଙ୍କ ମଧ୍ୟରୁ ବୌଦ୍ଧରେ ସର୍ବାଧିକ ୨୮, ପୁରୀରେ ୧୧, କଟକରେ ୯, ଖୋର୍ଦ୍ଧାରେ ୭ ଗଞ୍ଜାମ ଓ ଯାଜପୁରରୁ ୬ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.