ବିଶ୍ୱ କପ୍‌ ପାଇଁ ଭାରତର ୧୫ ଜଣିଆ ଦଳ ଘୋଷଣା, ଜାଣନ୍ତୁ କିଏ ପାଇଲେ ସୁଯୋଗ

ମୁମ୍ବାଇ : ଆଗାମୀ ଇଂଲଣ୍ଡ ବିଶ୍ୱ କପ୍‌ ପାଇଁ ଭାରତର ୧୫ ଜଣିଆ ଦଳ ଘୋଷଣା କରିଛି ବିସିସିଆଇ । ବିରାଟ କୋହଲିଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଥିବା ବେଳେ ରୋହିତ ଶର୍ମା ଉପଅଧିନାୟକ ନିଯୁକ୍ତ ହୋଇଛନ୍ତି ।
ଦ୍ୱିତୀୟ ଓ୍ଵିକେଟ୍‌ କିପର ଭାବେ କିଏ ଦଳରେ ସ୍ଥାନ ପାଇବ ସେହି କଳ୍ପନା ଜଳ୍ନାର ମଧ୍ୟ ଶେଷ ହୋଇଛି । ଯୁବ ଓ୍ଵିକେଟ୍‌ କିପର ୠଷଭ ପନ୍ତଙ୍କୁ ପଛରେ ପକାଇ ଅଭିଜ୍ଞ ଦୀନେଶ କାର୍ତ୍ତିକ ଦଳରେ ସ୍ଥାନ ପାଇଛନ୍ତି । ସେହିପରି ଅନ୍ୟତମ ଓପ୍ନର ଭାବେ କେଏଲ୍‌ ରାହୁଲ ଦଳରେ ସାମିଲ ହୋଇଛନ୍ତି ।
ଦଳରେ ୫ ଜଣ ସ୍ପେସାଲିଷ୍ଟ ବ୍ୟାଟ୍‌ସମ୍ୟାନ୍‌, ଦୁଇଜଣ ଓ୍ଵିକେଟ୍‌ କିପର, ତିନି ଜଣ ଫାଷ୍ଟ ବୋଲର୍‌, ତିନି ଜଣ ଅଲରାଉଣ୍ଡର ଏବଂ ଦୁଇଜଣ ସ୍ପିନର ରହିଛନ୍ତି ।
ଆଜି ମୁମ୍ବାଇରେ ଦଳ ଘୋଷଣା ପୂର୍ବରୁ ବିସିସିଆଇ ଚୟନକର୍ତ୍ତା ଏମ୍‌ଏସ୍‌କେ ପ୍ରସାଦ, ଅଧିନାୟକ ବିରାଟ କୋହଲି, କୋଚ୍‌ ରବି ଶାସ୍ତ୍ରୀ ପ୍ରମୁଖ ଏକ ବୈଠକରେ ଯୋଗ ଦେଇ ଆଲୋଚନା କରିଥିଲେ ।
ଭାରତୀୟ ଦଳ : ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଶିଖର ଧବନ, କେଏଲ୍‌ ରାହୁଲ, ବିଜୟ ଶଙ୍କର, ମହେନ୍ଦ୍ର ସିଂହ ଧୋନି, କେଦାର ଯାଦବ, ଦୀନେଶ କାର୍ତ୍ତିକ, ଯୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଭୁବନେଶ୍ୱର କୁମାର, ଯଶପ୍ରୀତ ବୁମରା, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ମହମ୍ମଦ ସାମି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.