Below header

ବିସିସିଆଇର ଘୋଷଣା, ବାରବାଟୀରେ ପୁଣି ରୋମାଞ୍ଚ ଭରିବ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍‌

କେନ୍ୟୁଜ୍: ବାରବାଟୀରେ ପୁଣି ରୋମାଞ୍ଚ ଭରିବ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍‌ । ଏନେଇ ଘୋଷଣା କରିଛି ବିସିସିଆଇ । ୨୦୧୯-୨୦ ବର୍ଷ ପାଇଁ ଜାରି ହୋଇଥିବା ହୋମ୍‌ ସିଜିନରେ କ୍ରୀଡ଼ାସୂଚୀ ତାଲିକାରେ ବାରବାଟୀର ନାଁ ରହିଛି । ଆସନ୍ତା ଡିସେମ୍ବର ମାସରେ ୱେଷ୍ଟଇଣ୍ଡିଜ ଭାରତ ଗସ୍ତରେ ଆସିବ । ସିରିଜର ଶେଷ ତଥା ଅନ୍ତିମ ମ୍ୟାଚ୍‌ ଡିସେମ୍ବର ୨୨ରେ ଖେଳାଯିବ ବାରବାଟୀ ଷ୍ଟାଡିୟମରେ । ଏହି ମ୍ୟାଚ୍‌ ଦିବାରାତ୍ର ହେବ । ଦୀର୍ଘ ଦୁଇ ବର୍ଷ ପରେ ବାରବାଟୀ ଷ୍ଟାଡିୟମ୍‌ରେ ଆନ୍ତର୍ଜାତିକ କ୍ରିକେଟ୍‌ ମ୍ୟାଚ୍‌ ଖେଳାଯିବ ।

BCCI୨୦୧୭ ଡିସେମ୍ବର ୨୦ରେ ବାରବାଟୀରେ ଭାରତ-ଶ୍ରୀଲଙ୍କା ଟି-୨୦ ମ୍ୟାଚ୍‌ ଖେଳାଯାଇଥିଲା । ସେହିପରି ପ୍ରାୟ ତିନି ବର୍ଷ ପରେ ବାରବାଟୀରେ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍‌ ଖେଳାଯାଉଛି । ୨୦୧୭ ଜାନୁଆରୀ ୧୯ରେ ଭାରତ-ଇଂଲଣ୍ଡ ମଧ୍ୟରେ ଶେଷ ଦିନିକିଆ ଖେଳାଯିବ । ଏବେ ଭାରତ-େଓ୍ଵଷ୍ଟଇଣ୍ଡିଜ୍‌ ମଧ୍ୟରେ ଖେଳାଯିବ ମ୍ୟାଚ୍‌ । ଏହି ଗସ୍ତରେ କାରାବେୟାନ୍‌ ଦଳ ତିନିଟି ମ୍ୟାଚ୍‌ ବିଶିଷ୍ଟ ଟି-ଟେ୍ଵଣ୍ଟି ଓ ଦିନିକିଆ ସିରିଜ ଖେଳିବ। ୨୦୧୯-୨୦ ବର୍ଷରେ ଟିମ୍‌ ଇଣ୍ଡିଆ ୫ଟି ଟେଷ୍ଟ, ୯ଟି ଦିନିକିଆ ଓ ୧୨ଟି ଟି-୨୦ ଖେଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.