Below header

IPL 2019 : ଆଜିଠାରୁ ଇଣ୍ଡିଆନ କ୍ରିକେଟ ଲିଗର ଦ୍ୱାଦଶ ସଂସ୍କରଣ ଆରମ୍ଭ

ଆଜିଠାରୁ ଆରମ୍ଭ ହେବ କ୍ରିକେଟର ପର୍ବ ଇଣ୍ଡିଆନ କ୍ରିକେଟ ଲିଗର ଦ୍ୱାଦଶ ସଂସ୍କରଣ। ୫୧ଦିନ ଧରି ଚାଲିବାକୁ ଥିବା କ୍ରିକେଟ ଯୁଦ୍ଧରେ ଦେଶୀ ଓ ବିଦେଶୀ କ୍ରିକେଟ ତାରକାଙ୍କ ଯାଦୁ ଦେଖିବାକୁ ମିଳିବ। ଉଦଘାଟନୀ ମ୍ୟାଚରୁ ହିଁ ଜୋରଦାର ଲଢେଇ ଦେଖିବାକୁ ମିଳିବ। ଦ୍ୱାଦଶ ସଂସ୍କରଣର ପ୍ରଥମ ମ୍ୟାଚରେ ଦୁଇ ମହାରଥୀ ମହେନ୍ଦ୍ର ସିଂହ ଧୋନି ଓ ବିରାଟ କୋହଲି ମୁହାଁମୁହିଁ ହେବେ। ପ୍ରଥମ ମ୍ୟାଚ ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ।

ମୁହାଁମୁହିଁ ହେବେ ଡିଫେଣ୍ଡିଙ୍ଗ ଚାମ୍ପିଅନ ଧୋନିଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପରକିଙ୍ଗସ୍ ଓ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ। ଧୋନିଙ୍କ ଚେନ୍ନାଇ ସୁପରକିଙ୍ଗସ ବେଶ ସନ୍ତୁଳିତ ଦଳ। ସେନ ୱାଟସନ, ଡୁ ପ୍ଲେସିସଙ୍କ ଭଳି ବିଦେଶୀ ଖେଳାଳି ରହିଥିବା ବେଳେ ଦଳରେ ଅନେକ ଦକ୍ଷ ଅଲରାଉଣ୍ଡର ରହିଛନ୍ତି। ସେହିପରି ବ୍ୟାଟିଂ ବିଭାଗରେ ବେଶ ଶକ୍ତିଶାଳୀ ରହିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ। ଦଳରେ ଏବି ଡିଭିଲିୟର୍ସ, ସିମରନ ହେଟମେୟର, ମାର୍କସ ଷ୍ଟେଇନ୍ସଙ୍କ ଭଳି ବିଦେଶୀ ରହିଥିବା ବେଳେ ଅଧିକାଂଶ ବ୍ୟାଟିଂ ଅଲରାଉଣ୍ଡର ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.