Below header

ବିଜେପିରେ ବଢି ଚାଲିଛି ଅସନ୍ତୋଷ, କଟକ ଚୌଦ୍ୱାର ସମେତ ବିଭିନ୍ନ ସ୍ଥାନରେ ବିରୋଧ

ବିଜେପିରେ ଟିକେଟ ବଣ୍ଟନ ପରେ ତେଜିଲା ଅସନ୍ତୋଷ । ପ୍ରାର୍ଥୀ ଘୋଷଣା ପରେ ପରେ ଦଳରେ ଅସନ୍ତୋଷ ଏବଂ ବିଦ୍ରୋହ ମୁଣ୍ଡ ଟେକୁଛି । ଟିକେଟ୍ ନପାଇ ଆଶାୟୀ ପ୍ରାର୍ଥୀମାନେ ଦଳ ଡେଉଁଛନ୍ତି । ଭୁବନେଶ୍ୱର, କଟକ ଚୌଦ୍ୱାରରୁ କୋରାପୁଟ, ଯାଜପୁରରୁ ନୂଆପଡ଼ା, ବିଜେପିରେ ବଡ଼ ଧରଣର ଅସନ୍ତୋଷ କୁହୁଳିବାରେ ଲାଗିଛି । କଟକ ଜିଲ୍ଲା ଚୌଦ୍ୱାର ୧୫ ନମ୍ବର ଓ୍ଵାର୍ଡ ଜେନା ପାଟଣା ମହାଦେବ ମନ୍ଦିରରେ ରାଜ୍ୟ ବିଜେପି ଉପସଭାପତି ନୟନ ମହାନ୍ତିଙ୍କ ପ୍ରାର୍ଥୀତ୍ୱକୁ ଶତାଧିକ ମହିଳା ବିରୋଧ କରିଛନ୍ତି । ପୂର୍ବତନ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଶାନ୍ତି ମୁଖାର୍ଜୀଙ୍କ ନେତୃତ୍ୱରେ ଶତାଧିକ ମହିଳା ଏକାଠି ହୋଇ ନୟନ ହଟାଓ ବିଜେପି ବଞ୍ଚାଅ ନାରା ଦେଇଥିଲେ । ନୂଆ ମୁହଁକୁ ଟିକେଟ ନଦେଲେ କଟକ ଚୌଦ୍ୱାର ମଣ୍ଡଳୀରେ ବିରୋଧୀ ସହଜରେ ବିଜୟ ହେବ ବୋଲି କହିଛନ୍ତି । ଦଳ ଏହାର ପୁର୍ନବିଚାର କରିବାକୁ ସମସ୍ତେ ଦାବି କରିଛନ୍ତି । ନଚେତ ଆଗକୁ ଜିଲ୍ଲାରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ବୋଲି ଚେତାବନୀ ଦେଇଛନ୍ତି ।

duryoshan majhi

ବିଜେପିରୁ ଇସ୍ତଫା ଦେଲେ ଖଡିଆଳ ବିଧାୟକ ଦୁର‌୍ୟ୍ୟୋଧନ ମାଝୀ । ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ନେଇ ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କୁ ଚିଠି ଲେଖିଛନ୍ତି । ଖରିଆର ବିଧାନସଭା ଆସନରୁ ବିଜେପି ଟିକେଟ ନ ମିଳିବା ଦୁଃଭାଗ୍ୟଜନକ ବୋଲି କହିଛନ୍ତି ଦୁର‌୍ୟ୍ୟୋଧନ । ୫ ଥରର ବିଧାୟକ ଦୁର‌୍ୟ୍ୟୋଧନ ମାଝୀ ଟିକେଟ ଆଶାୟୀ ଥିଲେ ତେବେ ତାଙ୍କ ବଦଳରେ ରୀତାରାଣୀ ବଗର୍ତ୍ତିଙ୍କୁ ବିଜେପି ଟିକେଟ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.