ପାକିସ୍ତାନ ଦିବସ ସମାରୋହକୁ ଭାରତରେ ବିରୋଧ, ବିଚ୍ଛିନ୍ନତାବାଦୀ ନେତାଙ୍କୁ ଆମନ୍ତ୍ରଣ ନେଇ ପ୍ରତିବାଦ

ବିବାଦ ଘେରରେ ଦିଲ୍ଲୀସ୍ଥିତ ପାକିସ୍ତାନ ଦୂତାବାସରେ ରାଷ୍ଟ୍ରୀୟ ଦିବସ ପାଳନ ସମାରୋହ। ପାକିସ୍ତାନ ଦୂତାବାସକୁ କଶ୍ମୀରର ବହୁ ବିଚ୍ଛିନ୍ନତାବାଦୀ ନେତାଙ୍କୁ ଆମନ୍ତ୍ରଣ କରାଯାଇଥିବା ପ୍ରତିବାଦରେ ଏହି ନିଷ୍ପତ୍ତି ନିଆଯାଇଛି। ଏହା ସହ ଇସଲାମାବାଦରେ ମଧ୍ୟ କୌଣସି ଭାରତୀୟ ବୈଦେଶିକ ଅଧିକାରୀ ଯୋଗ ନଦେବାକୁ ନିର୍ଦ୍ଦେଶ ହୋଇଛି। ପାକିସ୍ତାନୀ ଦୂତାବାସ କିମ୍ବା ପାକ ନେତୃବୃନ୍ଦଙ୍କ ଦ୍ୱାରା ହୁରିଆତ ସହ କୌଣସି ପ୍ରକାର କଥାବାର୍ତ୍ତା କିମ୍ବା ପ୍ରୟାସକୁ ହାଲୁକାରେ ନିଆଯାଇପାରିବ ନାହିଁ ବୋଲି ବୈଦେଶିକ ବିଭାଗ ମୁଖପାତ୍ର ରବିଶ କୁମାର କହିଛନ୍ତି।

pakistan high commision

ଗତ କିଛି ବର୍ଷ ଧରି ଏହି କାର‌୍ୟ୍ୟକ୍ରମରେ ଭାରତର ପ୍ରତିନିଧିତ୍ୱ କେନ୍ଦ୍ରମନ୍ତ୍ରୀସ୍ତରର ନେତାଙ୍କ ଦ୍ୱାରା ହେଉଥିଲା। ସେପଟେ ଦିଲ୍ଲୀର ପାକିସ୍ତାନ ଦୂତାବାସକୁ କୌଣସି ହୁରିଆତ ନେତାଙ୍କୁ ଆମନ୍ତ୍ରଣ କରାଯାଇନଥିବା ପାକିସ୍ତାନ ହାଇକମିସନର କହିଛନ୍ତି। ତେବେ ଦୂତାବାସକୁ ଧସେଇ ପଶିବାକୁ ଚେଷ୍ଟା କରୁଥିବା ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.