IPL 2020: ବିରାଟ ହେଲେ ‘ସିମରନଜିତ’ ତ ଡି ଭିଲିୟର୍ସ ହେଲେ ‘ପରିତୋଷ’, RCB ଧୂଆଁଧାରମାନଙ୍କ କରୋନା ଯୋଦ୍ଧାଙ୍କୁ ସଲାମ

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ନିଜର ପ୍ରଥମ ମ୍ୟାଚ ପୂର୍ବରୁ ନୂଆ ଟିମ ଜର୍ସିକୁ ଗୁରୁବାର ଲଞ୍ଚ କରିଥିଲା, ଯେଉଁଥିରେ କୋଭିଡ-୧୯ ହିରୋମାନଙ୍କୁ ସମ୍ମାନିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଟିମର ଜର୍ସି ଉପରେ ‘My Covid Heroes’ ଲେଖାହୋଇଛି। କେବଳ ଏତିକି ନୁହେଁ, ବିରାଟଙ୍କ ଟିମର ଖେଳାଳିମାନେ କରୋନା ଯୋଦ୍ଧାଙ୍କୁ ଅଲଗା ଢଙ୍ଗରେ ସମ୍ମାନ ଦେବାକୁ ସ୍ଥିର କରିଛନ୍ତି। ଏହି କ୍ରମରେ ବିରାଟଙ୍କ ସମେତ କେତେକ ଖେଳାଳି ଟୁଇଟରରେ ନିଜ ନାଁକୁ କରୋନା ଯୋଦ୍ଧାଙ୍କ ନାଁରେ ବଦଳାଇ ଦେଇଛନ୍ତି।

zz

ZS

ବାଙ୍ଗାଲୋର କ୍ୟାପଟେନ ବିରାଟ କୋହଲି ଟୁଇଟରରେ ନିଜ ନାଁ ‘ସିମରନ ସିଂ’ ରଖିଛନ୍ତି। ନା କେବଳ ଟୁଇଟର, ବରଂ ପଡିଆକୁ ମଧ୍ୟ ଏହି ଜର୍ସି ସହିତ ଓହ୍ଲାଇବେ। ପରେ ଟିମ କରୋନା ଲଢ଼େଇଲେ ଏ ସବୁ ଜର୍ସିକୁ ଏକାଠି କରି ଫଣ୍ଡ ସଂଗ୍ରହ କରିବ। ସେହିପରି ଧୂଆଁଧାର ଓପନର ଏବି ଡି ଭିଲିୟର୍ସ କରୋନା ଯୋଦ୍ଧା ‘ପରିତୋଷ ପନ୍ତ’ଙ୍କ ନାଁ ଆପଣାଇଛନ୍ତି। ଅଲରାଉଣ୍ଡର କ୍ରିସ ମୋରିସ ‘ନୀଳାଚଳ ପରିଡା’ଙ୍କ ନାଁ ଆପଣାଇଛନ୍ତି। ଟିମର ସ୍ପିନର ୟୁଜବେନ୍ଦ୍ର ଚହଲ ‘ଡ. ନାୟକ’ଙ୍କ ନାଁରେ ଜର୍ସି ପିନ୍ଧିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.