ମାର୍ଚ୍ଚ ୨୨ରୁ ଆଇପିଏଲର ୧୭ତମ ସଂସ୍କରଣ, ଜାରି ହେବ ପ୍ରଥମ ୧୫ ଦିନର ମ୍ୟାଚ୍‌ ସୂଚୀ !

ମାର୍ଚ୍ଚ ୨୨ରୁ ଫଟାଫଟ୍ କ୍ରିକେଟ୍ ମହାସମର। ଇଣ୍ଡିଆନ ପ୍ରିମିୟର ଲିଗର ୧୭ ତମ ସଂସ୍କରଣ ୨୨ ତାରିଖରୁ ଆରମ୍ଭ ହେବ । ଏନେଇ ଆଇପିଏଲ୍ ଅଧ୍ୟକ୍ଷ ଅରୁଣ ଧୁମଲ ସୂଚନା ଦେଇଛନ୍ତି । ସାଧାରଣ ନିର୍ବାଚନ ସତ୍ତ୍ବେ ପୂରା ଟୁର୍ଣ୍ଣାମେଣ୍ଟ କେବଳ ଭାରତରେ ଖେଳାଯିବ । ପ୍ରଥମେ କେବଳ ୧୫ ଦିନ ପାଇଁ ମ୍ୟାଚ ସୂଚୀ ଜାରି କରାଯିବ।

ମାର୍ଚ୍ଚ ୨୨ରୁ ଫଟାଫଟ୍ କ୍ରିକେଟ୍ ମହାସମର। ଇଣ୍ଡିଆନ ପ୍ରିମିୟର ଲିଗର ୧୭ ତମ ସଂସ୍କରଣ ୨୨ ତାରିଖରୁ ଆରମ୍ଭ ହେବ । ଏନେଇ ଆଇପିଏଲ୍ ଅଧ୍ୟକ୍ଷ ଅରୁଣ ଧୁମଲ ସୂଚନା ଦେଇଛନ୍ତି । ସାଧାରଣ ନିର୍ବାଚନ ସତ୍ତ୍ବେ ପୂରା ଟୁର୍ଣ୍ଣାମେଣ୍ଟ କେବଳ ଭାରତରେ ଖେଳାଯିବ । ପ୍ରଥମେ କେବଳ ୧୫ ଦିନ ପାଇଁ ମ୍ୟାଚ ସୂଚୀ ଜାରି କରାଯିବ। ବାକି ମ୍ୟାଚ୍ ସୂଚୀ ନିର୍ବାଚନ ତାରିଖ ଘୋଷଣା ହେବା ପରେ ଜଣାପଡିବ । ଲୋକସଭା ନିର୍ବାଚନ ପାଇଁ ସମ୍ଭବତଃ ଆସନ୍ତା ମାସ ଆରମ୍ଭରେ ତାରିଖ ଘୋଷଣା ହୋଇପାରେ। ପରେ ବାକି ମ୍ୟାଚ୍ ଗୁଡ଼ିକର ତାରିଖ ଘୋଷଣା କରାଯିବ।

୨୦୦୯ରେ ଗୋଟିଏ ଥର ଆଇପିଏଲ ସଂପୂର୍ଣ୍ଣ ଭାବେ ବିଦେଶରେ ଖେଳା ଯାଇଥିଲା। ସେହି ବର୍ଷ ନିର୍ବାଚନ ଥିଲା। ୨୦୧୪ ରେ ସାଧାରଣ ନିର୍ବାଚନ ଯୋଗୁ ୟୁଇଏଇରେ ଆୟୋଜନ କରାଯାଇଥିଲା ଆଇପିଏଲର କିଛି ମ୍ୟାଚ୍ । ୨୦୧୯ରେ ନିର୍ବାଚନ ସତ୍ତ୍ୱେ ଆଇପିଏଲର ସମସ୍ତ ମ୍ୟାଚ୍ ଭାରତରେ ଖେଳା ଯାଇଥିଲା। ଏଥର ମଧ୍ୟ ଭାରତରେ ଆୟୋଜନ କରାଯିବ। ମାର୍ଚ୍ଚ ୨୨ରୁ ଆଇପିଏଲ ଆରମ୍ଭ ହେଉଥିବା ବେଳେ ମେ’ ୨୬ରେ ଫାଇନାଲ ମ୍ୟାଚ୍ ଖେଳାଯିବ।