Below header

ମାଘର ବେଳ କାଳ ସରିନି, ତାତିଲାଣି ଅଧା ଓଡ଼ିଶା

ଅସ୍ବାଭାବିକ ଭାବରେ ବଢୁଛି ତାତି । ସକାଳ ୯ଟାରୁ ଟାଇଁ ଟାଇଁ ଖରା ହେଉଛି । ଫେବ୍ରୁଆରୀ ଦ୍ବିତୀୟ ସପ୍ତାହରୁ ତାତିଲାଣି ଅଧା ଓଡ଼ିଶା । ପାରଦ ଡେଇଁଲାଣି ୩୫ ଡିଗ୍ରୀ । ଏବେ ଦିନର ତାପମାତ୍ରା ସ୍ବାଭାବିକଠାରୁ ୨-୩ ଡିଗ୍ରୀ ଅଧିକ ରହୁଛି ।

ଭୁବନେଶ୍ୱର (କେନ୍ୟୁଜ): ମାଘ ସରିନି । ମାଡ଼ି ଆସିଲାଣି ଖରା । ଅସ୍ବାଭାବିକ ଭାବରେ ବଢୁଛି ତାତି । ସକାଳ ୯ଟାରୁ ଟାଇଁ ଟାଇଁ ଖରା ହେଉଛି । ଫେବ୍ରୁଆରୀ ଦ୍ବିତୀୟ ସପ୍ତାହରୁ ତାତିଲାଣି ଅଧା ଓଡ଼ିଶା । ପାରଦ ଡେଇଁଲାଣି ୩୫ ଡିଗ୍ରୀ । ଏବେ ଦିନର ତାପମାତ୍ରା ସ୍ବାଭାବିକଠାରୁ ୨-୩ ଡିଗ୍ରୀ ଅଧିକ ରହୁଛି । ବାହାରେ ବୁଲିଲେ ବୈଶାଖ ମାସର ଖରା ଦିନ ଭଳି ଲାଗୁଛି । ଏବେଠୁ ଏମିତି ତାତି ଆଗକୁ ଭୀଷଣ ଗ୍ରୀଷ୍ମପ୍ରବାହର ଆଭାସ ଦେଉଛି ।

ଗତକାଲି ରାଜ୍ୟରେ ସବୁଠୁ ତତଲା ସହର ପାଲଟିଥିଲା ରାଜଧାନୀ ଭୁବନେଶ୍ବର । ଏଠାରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରୀ ସେଲସିୟସ୍ ରେକର୍ଡ କରଯାଇଥିଲା । ସେହିପରି ବୌଦ୍ଧରେ ପାରଦ ଛୁଇଁଥିଲା ୩୬ ଡିଗ୍ରୀ ସେଲସିୟସ୍ । ୧୫ ସହରରେ ପାରଦ ୩୫ ଡିଗ୍ରୀ କିମ୍ବା ତାଠୁ ଅଧିକ । ଭବାନୀପାଟଣା, ଝାରସୁଗୁଡ଼ା ଓ ପାରଳାଖେମୁଣ୍ଡିରେ ସର୍ବୋଚ୍ଚ ତାପମାତ୍ରା ରହିଥିଲା ୩୫.୬ ଡିଗ୍ରୀ ସେଲସିୟସ୍ । ଟିଟିଲାଗଡ଼, ନୟାଗଡ଼ ଓ ଜଗତସିଂହପୁରରେ ରେକର୍ଡ ହୋଇଛି ୩୫.୫ ଡିଗ୍ରୀ ସେଲସିୟସ୍ ତାପମାତ୍ରା । ଗୁରୁଚାପ ବଳୟ ପ୍ରଭାବରେ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଛି ଉଷ୍ଣ ଜଳୀୟବାଷ୍ପପୂର୍ଣ୍ଣ ବାୟୁ । ପ୍ରଭାବରେ ଉପକୂଳ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ରାତ୍ରି ତାପମାତ୍ରା ସ୍ୱାଭାବିକ ତୁଳନାରେ ୨ରୁ ୩ ଡ଼ିଗ୍ରୀ ଯାଏ ଅଧିକ ରହୁଛି । ଆସନ୍ତାକାଲିଠୁ ପଶ୍ଚିମା ଝଡ଼ ପ୍ରଭାବରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.