ଆଜି ଚାଷୀଙ୍କ ଦିଲ୍ଲୀ ଚଲୋ ଅଭିଯାନ, ଶମ୍ଭୁ ସୀମାରୁ ବାହାରିବେ ହଜାର ହଜାର କୃଷକ ନେତା

ଆଜି ପୁଣି ଦିଲ୍ଲୀ ଚଲୋ ଅଭିଯାନରେ ବାହାରିବେ ଚାଷୀ । ଏମଏସପି ଗ୍ୟାରେଣ୍ଟି ଦାବିକୁ ନେଇ କେନ୍ଦ୍ର ସରକାର ଦେଇଥିବା ପ୍ରସ୍ତାବକୁ ଚାଷୀ ସଂଗଠନ ପ୍ରତ୍ୟାଖ୍ୟାନ କରିଥିଲେ । ଏହାପରେ ଆଉ କୌଣସି ଆଲୋଚନା ସମ୍ଭାବନାକୁ ଏଡାଇ ଆଜି ପୁଣି ଥରେ ଦିଲ୍ଲୀ ଚଲୋ ଅଭିଯାନ ଆରମ୍ଭ କରିବେ ।

ନୂଆଦିଲ୍ଲୀ : ଆଜି ପୁଣି ଦିଲ୍ଲୀ ଚଲୋ ଅଭିଯାନରେ ବାହାରିବେ ଚାଷୀ । ଏମଏସପି ଗ୍ୟାରେଣ୍ଟି ଦାବିକୁ ନେଇ କେନ୍ଦ୍ର ସରକାର ଦେଇଥିବା ପ୍ରସ୍ତାବକୁ ଚାଷୀ ସଂଗଠନ ପ୍ରତ୍ୟାଖ୍ୟାନ କରିଥିଲେ । ଏହାପରେ ଆଉ କୌଣସି ଆଲୋଚନା ସମ୍ଭାବନାକୁ ଏଡାଇ ଆଜି ପୁଣି ଥରେ ଦିଲ୍ଲୀ ଚଲୋ ଅଭିଯାନ ଆରମ୍ଭ କରିବେ । ପଞ୍ଜାବ-ହରିଆଣାର ଶମ୍ଭୁ ସୀମାରୁ ଦିଲ୍ଲୀ ଅଭିମୁଖେ ବାହାରିବେ ହଜାର ହଜାର ଚାଷୀ ଓ କୃଷକ ନେତା ।

ହରିଆଣା ପୋଲିସ ଜାତୀୟ ରାଜପଥରେ ଲଗାଇଥିବା ବ୍ୟାରିକେଡ ଓ ଲୁହାବାଡ଼କୁ ହଟାଇବା ପାଇଁ ଜେସିବି ସହ ହାଇଡ୍ରୋଲିକ୍ କ୍ରେନ୍ ଓ ବୁଲେଟ୍ ପ୍ରୁଫ ପ୍ରୋକଲିନ୍ ଭଳି ଭାରୀ ମେସିନ୍ ଶମ୍ଭୁ ସୀମାରେ ଏକାଠି କରିଛନ୍ତି । କଂକ୍ରିଟ ବ୍ୟାରିକେଡ୍ ଭାଙ୍ଗି ହରିଆଣାରେ ପ୍ରବେଶ ପାଇଁ ପ୍ରସ୍ତୁତି କରିଛନ୍ତି ଚାଷୀ । ଅନ୍ୟପଟେ ଜାତୀୟ ରାଜପଥରେ ଚାଷୀମାନେ ଟ୍ରାକ୍ଟର ଟ୍ରଲି ନେଇ ଯାଇ ପାରିବେ ନାହିଁ ବୋଲି ହାଇକୋର୍ଟ ପଞ୍ଜାବ ଓ ହରିଆଣା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ଆଜି ଦିଲ୍ଲୀ ଚଲୋ ଅଭିଯାନ ବେଳେ ଜଟିଳ ପରିସ୍ଥିତି ଆଶଙ୍କା କରାଯାଉଛି । ୧୨ ଦଫା ଦାବି ନେଇ ଦିଲ୍ଲୀ ଚଲୋ ଅଭିଯାନରେ ପଞ୍ଜାବରୁ ଆସିଥିବା ହଜାର ହଜାର ଚାଷୀ ଶମ୍ଭୁ ସୀମାରେ ଡେରା ପକାଇଛନ୍ତି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.