ବସ୍‌-ଟ୍ରକ ମୁହାଁମୁହିଁ ଧକ୍କା, ୧୦ ଯାତ୍ରୀ ଗୁରୁତର

ସୁନ୍ଦରଗଡ଼ ଟିକାୟାତପାଲି ଥାନା ଯାତ୍ରାଖମଣ ନିକଟରେ ଦୁର୍ଘଟଣା । ବସ୍‌ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା । ଏହି ଦୁର୍ଘଟଣାରେ ୧୦ ଜଣ ଆହତ ହୋଇଛନ୍ତି । ପାଖାପାଖି ବସ୍‌ରେ ୩୦ରୁ ଅଧିକ ଯାତ୍ରୀ ଥିଲେ । ଦୁର୍ଘଟଣା ପରେ ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ବଣାଇ (କେନ୍ୟୁଜ): ସୁନ୍ଦରଗଡ଼ ଟିକାୟାତପାଲି ଥାନା ଯାତ୍ରାଖମଣ ନିକଟରେ ଦୁର୍ଘଟଣା । ବସ୍‌ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା । ଏହି ଦୁର୍ଘଟଣାରେ ୧୦ ଜଣ ଆହତ ହୋଇଛନ୍ତି । ପାଖାପାଖି ବସ୍‌ରେ ୩୦ରୁ ଅଧିକ ଯାତ୍ରୀ ଥିଲେ । ଦୁର୍ଘଟଣା ପରେ ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣା ରାତି ପ୍ରାୟ ୩ଟା ବେଳକୁ ହୋଇଛି।

ଖବର ଅନୁଯାୟୀ, ଅନୁପମା ନାମକ ଏକ ବସ୍‌ଟି ଯାତ୍ରୀଙ୍କୁ ନେଇ ଭୁବନେଶ୍ୱରରୁ ରାଉରକେଲା ଅଭିମୁଖେ ଯାଉଥିଲା । ଏହି ସମୟରେ ଦ୍ରୁତରେ ଆସୁଥିବା ଏକ ଟ୍ରକ ସହିତ ସୁନ୍ଦରଗଡ଼ ଜିଲ୍ଲା ଟିକାୟତପାଲି ଥାନା ଜାତୀୟ ରାଜପଥ ୧୪୩ ନମ୍ବର ଯାତ୍ରାଖମଣ ନିକଟରେ ପିଟି ହୋଇଥିଲା। ଯାହାଫଳରେ ଗାଡିରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୧୦ ଜଣ ଆହତ ହୋଇଥିଲେ । ତେବେ ଦୁର୍ଘଟଣା ସଂପର୍କରେ ଖବର ପୋଲିସ ପହଞ୍ଚି ଆହତ ଲୋକଙ୍କୁ ଉଦ୍ଧାର କରି ନିକଟସ୍ଥ ବଣାଇ ଏବଂ ରାଉରକେଲା ମେଡିକାଲକୁ ଚିକିତ୍ସା ଲାଗି ପଠାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.