Below header

ଅଷ୍ଟ୍ରେଲିଆ କୋଚ ପଦରୁ ଇସ୍ତଫା ଦେଲେ ଜଷ୍ଟିନ ଲାଙ୍ଗର

ଅଷ୍ଟ୍ରେଲିଆ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ଜଷ୍ଟିନ ଲାଙ୍ଗର ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଲାଙ୍ଗର ହଠାତ୍‌ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ମାର୍ଗଦର୍ଶନରେ ଅଷ୍ଟ୍ରେଲିଆ ୫ ଟେଷ୍ଟ ଆଶେସ ସିରିଜରେ ଇଂଲଣ୍ଡକୁ ୪-୦ରେ ପରାସ୍ତ କରିଛି । ଏହା ବ୍ୟତୀତ ଗତ ବର୍ଷ ଲାଙ୍ଗର କୋଚ ଥିବାବେଳେ ଅଷ୍ଟ୍ରେଲିଆ ଟି –୨୦ ବିଶ୍ୱକପ ଟାଇଟଲ ଜିତିଥିଲା । ସେ ଚାରି ବର୍ଷ ଧରି ଅଷ୍ଟ୍ରେଲୀୟ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ଥିଲେ।

ଶୁକ୍ରବାର କ୍ରିକେଟ୍ ଅଷ୍ଟ୍ରେଲିଆ ବୋର୍ଡ ସହିତ ଏକ ବୈଠକ ପରେ ଲାଙ୍ଗର ଏହି ନିଷ୍ପତ୍ତି ନେଇଛନ୍ତି । ମେଲବୋର୍ଣ୍ଣରେ ବୈଠକ ପରେ ସିଇଓ ନିକ ହକଲି କହିଛନ୍ତି ଯେ କୋଚଙ୍କ ସହ “ଗୁପ୍ତ ଆଲୋଚନା” ବ୍ୟତୀତ ଅନ୍ୟ କୌଣସି ସମାଧାନ ହୋଇନି । ତେବେ, ବୈଠକର ମାତ୍ର ୧୮ ଘଣ୍ଟା ପରେ ଲାଙ୍ଗରଙ୍କ ଇସ୍ତଫା ନିଶ୍ଚିତ ହୋଇଛି ।

୫୧ ବର୍ଷିୟ ଲାଙ୍ଗର ପରିଚାଳନା କମ୍ପାନୀ DSEG ଶନିବାର ସକାଳେ ଇସ୍ତଫା ନେଇ ନିଶ୍ଚିତ କରିଛି । କମ୍ପାନୀ ଏକ ବିବୃତ୍ତିରେ କହିଛି ଯେ, DSEG ନିଶ୍ଚିତ କରେ ଯେ ଜଷ୍ଟିନ ଲାଙ୍ଗର ସକାଳେ ଅଷ୍ଟ୍ରେଲୀୟ ପୁରୁଷ କ୍ରିକେଟ୍ ଦଳର କୋଚ ପଦରୁ ଇସ୍ତଫା ଦେଇଛନ୍ତି । ଅଷ୍ଟ୍ରେଲିଆକୁ ତିନି ସପ୍ତାହ ପରେ ପାକିସ୍ତାନ ଗସ୍ତ କରିବ।ତେବେ ଲାଙ୍ଗରଙ୍କ ଅନୁପସ୍ଥିତିରେ ସହକାରୀ ପ୍ରଶିକ୍ଷକ ଆଣ୍ଡ୍ର୍ୟୁ ମ୍ୟାକଡୋନାଲ୍ଡ କୋଚିଂ ଦାୟିତ୍ୱ ଗ୍ରହଣ କରିପାରନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.