Below header

ରାଜ୍ୟ ତୀର ଚାଳନା ପ୍ରତିଯୋଗିତାରେ କିସ୍‌ ଦଳଗତ ଚାମ୍ପିଅନ୍‌

ରାଇରଙ୍ଗପୁର (କେ ନ୍ୟୁଜ୍‌) : ମୟୂରଭଞ୍ଜ ଜିଲ୍ଲା ତିରିଂ ଠାରେ ୬୫ତମ ରାଜ୍ୟ ବିଦ୍ୟାଳୟ ସ୍ତରୀୟ ତୀରନ୍ଦାଜୀ ପ୍ରତିଯୋଗିତା ଉଦଯାପିତ ହୋଇ ଯାଇଛି I ତିରିଂ ବ୍ଲକ ଯଦୁନାଥପୁର ସୀମାନ୍ତ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଆୟୋଜିତ ହୋଇଥିଲା ଏହି ତିନି ଦିନିଆ ତୀରନ୍ଦାଜୀ ପ୍ରତିଯୋଗିତାରେ । ଏଥିରେ ୧୪ଟି ଜିଲ୍ଲାରୁ ୧୪୫ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ I ଦଳଗତ ଭାବେ ଭୁବନେଶ୍ୱରରୁ କିସ ବିଜେତା ହୋଇଥିବା ବେଳେ ମାଲକାନଗିରି ଓ କୋରାପୁଟ ଦଳ ଯଥାକ୍ରମେ ଦିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ i
ମୟୂରଭଞ୍ଜ ଜିଲ୍ଲାର ତିରିଂ ଭଳି ଉପାନ୍ତ ଅଞ୍ଚଳରେଏହି ପ୍ରତିଯୋଗିତା କରାଯାଇଥିବାରୁ ସ୍ଥାନୀୟ ଅଞ୍ଚଳରେ ବେଶ୍‌ ଆଗ୍ରହ ଓ ଉତ୍ସାହ ପ୍ରକାଶ ପାଇଥିଲା ।

KISS ARCHERY-2

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.