ବିଜେଡିକୁ ପ୍ରଶଂସାରେ ପୋତି ପକାଇଲେ ମୋଦି,  କହିଲେ ପାର୍ଲାମେଣ୍ଟ ନୀତି ନିୟମକୁ ସବୁ ବେଳେ ମାନି ଆସିଛି ବିଜେଡି

କେନ୍ୟୁଜ୍(ବ୍ୟୁରୋ):   ରାଜ୍ୟସଭାରେ ବିଜେଡିକୁ ପ୍ରଧାନମନ୍ତ୍ରୀଙ୍କ ଭୂୟସୀ ପ୍ରଶଂସା। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ପାର୍ଲାମେଣ୍ଟ ନୀତି ନିୟମକୁ ସବୁବେଳେ ମାନି ଚାଲିଆସିଛି ବିଜେଡି । କେବେବି ଗୃହର ମଧ୍ୟଭାଗକୁ ଆସି ବିଜେଡି ସାଂସଦମାନେ ହଟ୍ଟଗୋଳ କରି ନାହାନ୍ତି । ତେବେ ଉଚିତ ଢଙ୍ଗରେ ସେମାନେ ତାଙ୍କ ପ୍ରସଙ୍ଗକୁ ଉଠାଇଛନ୍ତି । ଯେଉଁଥିପାଇଁ ଏହି ଦଳ ପ୍ରଶଂସାର ପାତ୍ର । ସେହିପରି ଏନସିପିକୁ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି । ବିଜେଡି ଓ ଏନସିପିଠାରୁ ସମସ୍ତେ ଶିଖିବା ଉଚିତ ବୋଲି ମୋଦି କିହଛନ୍ତି । ଦୁଇ ଦଳକୁ ରାଜ୍ୟସଭାରେ ଧନ୍ୟବାଦ ଜଣାଇବା ସହ ପ୍ରଧାନମନ୍ତ୍ରୀ କହିଛନ୍ତି ସଂସଦର ନୀତି ନିୟମ ଅନୁସାରେ କାମ କରିବା ଦ୍ୱାରା ବିଜେଡି ଓ ଏନସିପିର ରାଜନୈତିକ ବିକାଶ ଧାରାରେ କୌଣସି ବ୍ୟାହତ ହୋଇ ନାହିଁ। ରାଜ୍ୟସଭାର ୨୫୦ତମ ଅଧିବେଶନରେ ପ୍ରଧାନମନ୍ତ୍ରୀ ମୋଦି ଅଭିଭାଷଣ ରଖିଥିଲେ । ୨୫୦ତମ ଅଧିବେଶନରେ ସାମିଲ ହେବା ଗୌରବର ବିଷୟ ବୋଲି କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ରାଜ୍ୟସଭାର ୨୫୦ଟି ଅଧିବେଶନ ବିଚାର ଓ ବିକାଶର ଯାତ୍ରା।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.