ସ୍ପର୍ମ ଜରିଆରେ ଆପଣ ବି ହୋଇପାରନ୍ତି ଡେଙ୍ଗୁ-ଚିକନଗୁନିଆ ସମେତ ଆହୁରି ୨୭ ଭୟଙ୍କର ଭାଇରସର ଶିକାର

ଏବେ ପର୍ଯ୍ୟନ୍ତ କୁହାଯାଉଥିଲା ଯେ ସ୍ପର୍ମ ଜରୀଆରେ ଜିକା, ଇବୋଲା ଏବଂ ଏଚଆଇଭି ଭଳି ଭାଇରସ ସଂକ୍ରମଣ ହୋଇଥାଏ। କିନ୍ତୁ ନିକଟରେ ଆସିଥିବା ଏକ ରିପୋର୍ଟରୁ ଏହା ଜଣାପଡିଛି ଯେ ପୁରୁଷଙ୍କ ସ୍ପର୍ମରେ ଡେଙ୍ଗୁ, ଲାସା ଜ୍ୱର, ରିଫଟ ଭ୍ୟାଲି ଜ୍ୱର ଏବଂ ଚିକନଗୁନିଆ ସମେତ ମୋଟ ୨୭ ପ୍ରକାର ଭାଇରସ୍‌ ରହିଥାଏ। ଏହି ଭାଇରସ୍‌ ଶାରୀରିକ ସମ୍ପର୍କ ସମୟରେ ଜଣେ ବ୍ୟକ୍ତିଙ୍କ ଠାରୁ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଟ୍ରାନସଫର ହୋଇ ଗମ୍ଭୀର ରୋଗ ସୃଷ୍ଟି କରିଥାଏ।

ସ୍ଟକହୋମରେ ୟୁରୋପିଆନ୍‌ ସେଣ୍ଟର ଫର ଡିଜିଜ୍‌ ପ୍ରିଭେନସନ୍‌ ଆଣ୍ଡ କଣ୍ଟ୍ରୋଲ ରିପୋର୍ଟ ଅନୁଯାୟୀ ପୁରୁଷଙ୍କ ସ୍ପର୍ମ ଜରୀଆରେ ୨୭ ଟି ବହୁତ ଗମ୍ଭୀର ରୋଗର ଭାଇରସ୍‌ ଜଣେ ବ୍ୟକ୍ତିଙ୍କ ଠାରୁ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଟ୍ରାନ୍ସଫର ହୋଇଥାଏ। ଅସୁରକ୍ଷିତ ଶାରୀରିକ ସମ୍ପର୍କ ଦ୍ୱାରା ହେଉଥିବା ରୋଗରେ ଏଚଆଇଭି, ଜିକା, ଇବୋଲା ଏବଂ ମରବର୍ଗ ପରେ ଏବେ ଡେଙ୍ଗୁ ମଧ୍ୟ ସାମିଲ ହୋଇଛି।

dengueସ୍ପେନର ଜଣେ ଡାକ୍ତର ନିକଟରେ ଜଣାଇଛନ୍ତି ଯେ ଶାରୀରିକ ସମ୍ବନ୍ଧ ଜରିଆରେ ଡେଙ୍ଗୁ ଭାଇରସ୍‌ ଟ୍ରାନ୍ସଫର ହେଉଥିବା ଘଟଣା ଏବେ ସାମ୍ନାକୁ ଆସିଛି। ସ୍ପେନର ଜଣେ ବ୍ୟକ୍ତି ଡେଙ୍ଗୁରେ ପୀଡିତ ଥିଲେ, କିନ୍ତୁ ପ୍ରଥମେ ପ୍ରଥମେ ଏହା ଜଣାପଡୁନଥିଲା ଯେ ସେହି ବ୍ୟକ୍ତିଙ୍କ ଠାରେ ଏହି ଭାଇରସ୍‌ କେମିତି ଆସିଲା। କିନ୍ତୁୁ ଯେତେବେଳେ ପର ମୁହୂର୍ତ୍ତରେ ଯାଞ୍ଚ କରାଗଲା ସେଥିରୁ ଜଣାପଡିଲା ଯେ ସମ୍ପୃକ୍ତ ବ୍ୟକ୍ତିି ଶାରୀରିକ ସମ୍ବନ୍ଧ ରଖିବା ସମୟରେ ଡେଙ୍ଗୁ ରୋଗରେ ଶିକାର ହୋଇଛନ୍ତି। ଡାକ୍ତରଙ୍କ କହିବାନୁଯାୟୀ ଯୌନ ସମ୍ପର୍କ ଜରିଆରେ ଡେଙ୍ଗୁ ଭାଇରସ୍‌ ଟ୍ରାନ୍ସଫର ହେବା ଦୁନିଆର ପ୍ରଥମ ଘଟଣା।

Semenସେହିପରି ନିକଟରେ ଦକ୍ଷିଣ କୋରିଆରେ ଯୌନ ସମ୍ବନ୍ଧ ସମୟରେ ଜଣେ ପୁରୁଷ ଏବଂ ଜଣେ ମହିଳାଙ୍କ ଠାରେ ଡେଙ୍ଗୁ ଭାଇରସ୍‌ ଟ୍ରାନ୍ସଫର ହୋଇଥିବା ମାମଲା ସାମ୍ନାକୁ ଆସିଛି। ଏବେ ଏହା ଉପରେ ସାଇଣ୍ଟିଫିକ୍‌ ରିସର୍ଚ୍ଚ ଚାଲୁଛି।

ୟୁରୋପିଆନ ସେଣ୍ଟର ମୁତାବକ, ସିମେନ ଜରିଆରେ ଜାପାନିଜ୍‌ ଇନସେଫାଲାଇଟସ୍‌ ଭଳି ଏକ ସାଧାରଣ ଜ୍ୱର ମଧ୍ୟ ଟ୍ରାନ୍ସଫର ହୋଇପାରେ। ଏହାଛଡା ପାଦ ଏବଂ ମୁହଁରେ ହେଉଥିବା ଭାଇରସ୍‌, ପାରାଇନଫ୍ଲଏଞ୍ଜା ଭାଇରସ୍‌, ଏବଂ ପାରାଭିସିନିଆ ଭାଇରସ୍‌ ମଧ୍ୟ ଶାରୀରିକ ସମ୍ବନ୍ଧ ରଖିବା ସମୟରେ ଜଣଙ୍କ ଠାରୁ ଆଉ ଜଣଙ୍କୁ ଟ୍ରାନ୍ସଫର ହୋଇପାରେ।

ଏହାସହ ପଢନ୍ତୁ : ଜାଣନ୍ତୁ ମାନବ ଶରୀର ମଧ୍ୟକୁ କେମିତି ପ୍ରବେଶ କରିଥାଏ HIV ଭାଇରସ୍‌

ରିସର୍ଚ୍ଚରଙ୍କ ଅନୁଯାୟୀ ଇନଫ୍ଲୁଏଞ୍ଜା ଭାଇରସ୍‌, କୋରିଓ ମେନିନଜାଇଟିସ୍‌ ଭାଇରସ୍‌, ଫ୍ଲେବୋଟୋମସ୍‌ ଫିବର ଭାଇରସ୍‌, ଇକୋଭାଇରସ୍‌, ଡେଙ୍ଗୁ ଭାଇରସ୍‌, ସିସ୍ଟୋମିକ ଆକ୍ୟୁଟ୍‌ ରେସ୍ପିରୋଟାରୀ ସିଣ୍ଡ୍ରୋମ ଭାଇରସ୍‌, ପାର୍ବେ ଭାଇରସ୍‌, ସ୍ମଲ ପକ୍ସ ଭାଇରସ୍‌, ବୈସିନିୟା ଏବଂ ରୁବେଲା ଭାଇରସ୍‌ ମଧ୍ୟ ସ୍ପର୍ମ ଜରିଆରେ ଟ୍ରାନ୍ସଫର ହୋଇପାରେ।

Human Semen

ପୁରୁଷଙ୍କ ସ୍ପର୍ମରେ ଥିବା ଭାଇରସ୍‌ ସଂକ୍ରମଣର ଭୟ ସେକ୍ସ ସମୟରେ ବଢ଼ିଯାଇଥାଏ। ଗମ୍ଭୀର ଭାଇରସ୍‌ ସଂକ୍ରମଣ ପୁରୁଷଙ୍କର ସେକ୍ସ କ୍ଷମତାକୁ ଦୁର୍ବଳ କରିପାରେ। ଏହାସହିତ ସ୍ପର୍ମ ଜରିଆରେ ବ୍ୟକ୍ତିଙ୍କ ଠାରେ ଥିବା ଭାଇରସ୍‌ ସଂକ୍ରମିତ ବ୍ୟକ୍ତିଙ୍କ ଠାରୁ ଆଗାମୀ ପୀଢ଼ିକୁ ଟ୍ରାନ୍ସଫର ହୋଇ କ୍ୟାନସର ଏବଂ ଅନ୍ୟ ଗମ୍ଭୀର ରୋଗର ମଧ୍ୟ ସୃଷ୍ଟି କରିପାରେ।

ଷ୍ଟଡିରୁ ଜଣାପଡିଛି ଯେ ଅନେକ ଗମ୍ଭୀର ରୋଗର ଭାଇରସ୍‌ ସ୍ପର୍ମରେ ବହୁତ ଦିନ ଧରି ବଂଚିପାରିବ। ପୁରୁଷ ସେକ୍ସ ଅର୍ଗାନ ଜରିଆରେ ଆନୁବଂଶିକ ରୋଗ ହେବାର ମଧ୍ୟ ସମ୍ଭାବନା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.