Below header

ଗୁଡ୍‌ ନ୍ୟୁଜ୍‌ର ଟ୍ରେଲର ରିଲିଜ୍‌, ମାତ୍ର ୩ ମିନିଟ୍‌ ଭିଡିଓରେ ରହିଛି ଭରପୂର କମେଡି

ବହୁ ପ୍ରତିକ୍ଷାର ଅନ୍ତ ଘଟାଇ ଆଜି ଫିଲ୍ମ ଗୁଡ୍‌ ନ୍ୟୁଜ୍‌ର ଟ୍ରେଲର ରିଲିଜ୍‌ ହୋଇଛି। ଅକ୍ଷୟ କୁମାର ଓ କରୀନା କପୁରଙ୍କ ଅଭିନୀତ ଏହି ଫିଲ୍ମ ସମ୍ପୂର୍ଣ୍ଣ କମେଡି ଭିତ୍ତିକ। ଫିଲ୍ମରେ ଅକ୍ଷୟ କରୀନାଙ୍କ ବ୍ୟତୀତ ଦିଲଜିତ୍‌ ଦୋସାଞ୍ଝ ଏବଂ କିୟାରା ଆଡଭାନୀ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। କିନ୍ତୁ ଏହି ଫିଲ୍ମର କନ୍‌ସେପ୍ଟ ସମ୍ପୂର୍ଣ୍ଣ ଭିନ୍ନ।

ଦେଖନ୍ତୁ ଟ୍ରେଲର:

ଟ୍ରେଲର ଅନୁସାରେ, କରୀନା ଓ ଅକ୍ଷୟଙ୍କୁ ମିଷ୍ଟର ଆଣ୍ଡ ମିସେସ୍‌ ବତ୍ରା ରୂପରେ ଦେଖିବାକୁ ମିଳିଛି, ଯିଏ ଛୁଆ ପାଇଁ ମେଡିକାଲ ଯାଉଛନ୍ତି। ସେଠାରେ ସେମାନେ ଦିଲଜିତ୍‌ ଓ କିୟାରା ମିଷ୍ଟର ଆଣ୍ଡ ମିସେସ୍‌ ବତ୍ରାଙ୍କୁ ଭେଟୁଛନ୍ତି। ଡାକ୍ତରମାନେ ଭୁଲରେ ଅକ୍ଷୟଙ୍କ ସ୍ପର୍ମକୁ କିୟାରାଙ୍କ ଶରୀରରେ ଓ ଦିଲଜିତ୍‌ଙ୍କ ସ୍ପର୍ମଙ୍କୁ କରୀନାଙ୍କ ଶରୀରରେ ପ୍ରବେଶ କରାଇଦେଉଛନ୍ତି। ଏହାକୁ ନେଇ କାହାଣୀ ଆଗକୁ ବଢ଼ୁଛି।

ଏହାସହ ପଢ଼ନ୍ତୁ: ଫିଲ୍ମ ପରେ ଏବେ ରେଡିଓ ଷ୍ଟେସନ୍‌ରେ ଗୀତ ଗାଉଛନ୍ତି ରାନୁ ମଣ୍ଡଳ, ଦେଖନ୍ତୁ ଭାଇରାଲ ଭିଡିଓ

ୟୁଟ୍ୟୁବ୍‌ରେ ଫିଲ୍ମର ଟ୍ରେଲର ରିଲିଜ୍‌ ହୋଇଛି। ଫିଲ୍ମର କଳାକାରମାନେ ମଧ୍ୟ ଗୁଡ଼ ନ୍ୟୁଜ୍‌ ଫିଲ୍ମ ବିଷୟରେ ସୂଚନା ଦେଇଛନ୍ତି। ଏହ ଫିଲ୍ମକୁ କରଣ ଜୋହର କମ୍ପାନୀ ପ୍ରଯୋଜନା କରୁଛି। ଟ୍ରେଲର ପୂର୍ବରୁ ମଧ୍ୟ ଫିଲ୍ମର ପୋଷ୍ଟର ସାମ୍ନାକୁ ଆସିଥିଲା। ସେଥିରେ ଅକ୍ଷୟ କୁମାର ଓ ଦିଲଜିତ୍‌ ଦୋସାଞ୍ଝାଙ୍କୁ ଗର୍ଭବତୀ କରୀନା ଓ କିୟାରାଙ୍କ ସହ ଦେଖିବାକୁ ମିଳିଥିଲା। ଡିସେମ୍ବର ୨୭ ତାରିଖରେ ଏହି ଫିଲ୍ମ ହଲ୍‌କୁ ଆସିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.