Below header

ଅମଣିଷ ଓଲା ଡ୍ରାଇଭର, ଜାଣିଶୁଣି କାରରେ ଚାପି ନେଲା ଚାରି କୁକୁର ଛୁଆଙ୍କ ଜୀବନ, ପୋଲିସ କଲା ଗିରଫ

ଭୁବନେଶ୍ବର(କେନ୍ୟୁଜ୍):   ପାଟି ଫିଟୁନି ବୋଲି ମଣିଷ ଯାହା ନେଇ ତାହା ଅତ୍ୟାଚାର କରି ଚାଲୁଛି  ନିରୀହ କୁକୁର ମାନଙ୍କ ଉପରେ।  କେତେବେଳେ  ଗରମ ପାଣି ପକାଉଛନ୍ତି  ତ କେତେବେଳେ  ଅକଥନୀୟ ଅତ୍ୟାଚର  କରୁଛନ୍ତି  ପୁଣି କେବେ ଗାଡି ଚଢାଇ ଜୀବନରୁ ମାରିଦେଉଛନ୍ତି। ମଣିଷ ନୁହେଁ ବୋଲି ସତେ ଯେମିତି ସମାଜରୁ ନିଶ୍ଚିହ୍ନ କରିଦେବାକୁ ଚାହୁଛି ସୈତାନ ମଣିଷ।  ଯାହା ଆଘାତ ଦେଉଛି  ପଶୁପ୍ରେମୀଙ୍କୁ। ଏଭଳି କିଛି ଘଟଣା ଏବେ ରାଜଧାନୀ ଭୁବନେଶ୍ବରରେ ଘଟିଛି।

କାର ଧକ୍କାରେ ଚାଲିଗଲା କୁକୁର ଛୁଆଙ୍କ ଜୀବନ । କାର୍‌ ଚଢ଼ାଇ କୁକୁର ଛୁଆଙ୍କୁ ମାରିଦେବା ଅଭିଯୋଗରେ ଡ୍ରାଇଭର ହୋଇଛି ଗିରଫ । ଅଭିଯୁକ୍ତ କାର ଡ୍ରାଇଭର କାହ୍ନୁ  ଚରଣ ଗିରିଙ୍କୁ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ପୋଲିସ ଗିରଫ କରିଛି । ଶୈଳଶ୍ରୀବିହାର ହାଇଲାଣ୍ଡ ରେସିଡେନସୀ ନିକଟରେ ଏକ କାର୍‌ ଚାପି ଦେବାରୁ ଘଟଣାସ୍ଥଳରେ ୪ କୁକୁର ଛୁଆଙ୍କ ମୃତ୍ୟୁ ଘଟିଥିଲା । ଘଟଣା ସମୟରେ ହାଇଲ୍ୟାଣ୍ଡ ରେସିଡେନସୀ ସିକ୍ୟୁରିଟି ଉପସ୍ଥିତ ଥିଲେ । ସେ କାର୍‌ଟିକୁ ଅଟକାଇ ବି ଚେଷ୍ଟ କରିଥିଲେ ମଧ୍ୟ ଦ୍ରୁତଗତିରେ ଗାଡ଼ି ଚଲାଇ ଚମ୍ପଟ ମାରିଥିଲା ଡ୍ରାଇଭର । ଏନେଇ ପିପୁଲସ ଫର ଆନିମାଲ୍ସ ପକ୍ଷରୁ ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦିଆଯାଇଥିଲା । ଏହାପରେ ପୋଲିସ ଡ୍ରାଇଭର କାହ୍ନୁ  ଚରଣ ଗିରିଙ୍କୁ ଗିରଫ କରିଛି । ପଶୁଙ୍କ ପ୍ରତି ଏଭଳି ନିର୍ଦ୍ଦୟ ଆଚରଣକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପଶୁପ୍ରେମୀ। ଜଣେ ଗାଡ଼ି ଚାଳକ କିଭଳି ଭାବରେ ଏଭଳି ନିର୍ଦ୍ଦୟ ଓ ଅମଣିଷ ହୋଇ ଯାଉଛି, ତାକୁ ନେଇ ଉଠିଛି ପ୍ରଶ୍ନବାଚୀ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.