Below header

ଦିଗଜ୍ଜ ଫୁଟବଲ ଖେଳାଳି ଲିୟୋନେଲ ମେସି ହୋଟେଲର ଦିନକର ଭଡ଼ା ଦେଲେ ୧୭.୫ ଲକ୍ଷ ଟଙ୍କା, ଜାଣନ୍ତୁ

ଆର୍ଜେଣ୍ଟିନାର ଦିଗଜ୍ଜ ଫୁଟବଲର ଲିୟୋନେଲ ମେସିଙ୍କୁ କିଏ ବା ନ ଜାଣେ । ନିଜର ଜବରଦସ୍ତ ଖେଳ ପ୍ରଦର୍ଶନ ପାଇଁ ସେ ସମସ୍ତ ଖେଳ ପ୍ରେମୀଙ୍କ ମନରେ ରାଜ୍ କରନ୍ତି । ତେବେ ଏତେବଡ଼ ଖେଳାଳିଙ୍କୁ ନେଇ କିଏ ବା ଚର୍ଚ୍ଚା ନକରିବ । ତାଙ୍କର ପ୍ରତ୍ୟେକଟି କାର୍ଯ୍ୟ ଉପରେ ଥାଏ ଫ୍ୟାନ୍ସ ମାନଙ୍କ ନଜର । ଆଜି ଆମେ ତାଙ୍କ ସମ୍ବନ୍ଧୀୟ ଏକ ସିକ୍ରେଟ ଆପଣଙ୍କୁ କହିବୁ । ତାଙ୍କର ଅନେକ କିଛି ସିକ୍ରେଟ ମଧ୍ୟରୁ ଏହା ଟିକେ ଅଲଗା । ଯାହା ଆମକୁ ଜଣାପଡ଼ିଛି । ଆମେ ଏହାକୁ ଆପଣଙ୍କ ସହ ସେୟାର କରିବୁ ।

sportsa
pc: aajtak

ନିକଟ ଅତୀତରେ ତାଙ୍କ ଠାରୁ ବାର୍ସିଲୋନା ଅଲଗା ହୋଇଗଲା । ଏତେ ବଡ଼ ଖେଳାଳୀଙ୍କ ପାଖେ ଟଙ୍କାର ଅଭାବ ନାହିଁ ସତ କିନ୍ତୁ ଏହି କ୍ଲବ ସହ ତାଙ୍କର ଅନେକ ସ୍ମୃତି ରହିଛି । ସେ ଏହା ସହ ପାଖାପାଖି ୧୭ ବର୍ଷ ପର୍ଯ୍ୟନ୍ତ ରହିଥିଲେ । ମେସି ଏବେ ପ୍ୟାରିସ ସେଣ୍ଟ ଜର୍ମେନ କ୍ଲବ ସହ ଯୋଡ଼ି ହେବେ । ଏହାକୁ ନେଇ ପ୍ୟାରିସରେ ତାଙ୍କ ରହିବାର ବ୍ୟବସ୍ଥା ଚର୍ଚ୍ଚାକୁ ଆସିଛି ।

sportsaaa
pc: easyvoyageUK

ରିପୋର୍ଟ ଅନୁଯାୟୀ ମେସି ଓ ତାଙ୍କ ପତ୍ନୀ ଏବଂ ୩ ପିଲାଙ୍କ ସହ ପ୍ୟାରିସର ଲେ ରୟାଲ ମୋନସାଓ ହୋଟେଲରେ ରହିଛନ୍ତି । ଏହା ଦୁନିଆର ସବୁଠୁ ମହଙ୍ଗା ହୋଟେଲ । ଏହି ହୋଟେଲରେ ରହିବା ପାଇଁ ହେଲେ ଗୋଟେ ରାତିକୁ ୧୭.୫ ଲକ୍ଷ ଟଙ୍କା ଦେବାକୁ ପଡିଥାଏ । ଏଭଳି ଷ୍ଟାର ହୋଟେଲରେ ରହିବା ପାଇଁ ଅନେକଙ୍କ ସ୍ୱପ୍ନ ରହିଥାଏ ।

sportsaaaaaa
pc: forbes travel guide
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.