ତମ୍ବା ମୁଦି ପିନ୍ଧିଲେ ମିଳିଥାଏ ଏହି ସବୁ ଲାଭ, କଟି ଯାଇଥାଏ ବଡ଼ ବଡ଼ ଦୋଷ

ପ୍ରାଚୀନ ସମୟରୁ ତମ୍ବା ମୁଦି ପିନ୍ଧିବାର ପରମ୍ପରା ରହି ଆସିଛି। ଜ୍ୟୋତିଷ ଶାସ୍ତ୍ରରେ ତମ୍ବା ମୁଦି ପିନ୍ଧିବା ବହୁତ ଶୁଭ ବୋଲି ବିଶ୍ୱାସ କରାଯାଏ। ଏହି ମୁଦି ଧାରଣ କଲେ ସ୍ୱାସ୍ଥ୍ୟକୁ ଅନେକ ପ୍ରକାରର ଫାଇଦା ମଧ୍ୟ ମିଳିଥାଏ। ତମ୍ବାକୁ ସୂର୍ଯ୍ୟ ଓ ମଙ୍ଗଳ ଗ୍ରହର ଧାତୁ ବୋଲି କୁହାଯାଏ। ଆଜି ଆମେ ଆପଣଙ୍କୁ ଏହାର ଫାଇଦା ବିଷୟରେ କହିବୁ।

ଦୂର ହୋଇଥାଏ ପେଟ ସମସ୍ୟା: ତମ୍ବା ମୁଦି ପିନ୍ଧିଲେ ଗଣ୍ଠି ଯନ୍ତ୍ରଣା ଦୂର ହୋଇଥାଏ। ଏଥି ସହିତ ପେଟ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦୂର ହୋଇଯାଇଥାଏ। ଅର୍ଥରାଇଟିସ୍‌ ରୋଗୀ ତମ୍ବାର କଡ଼ା ନିଶ୍ଚୟ ପିନ୍ଧିବା ଉଚିତ।

ଦୂର ହୋଇଥାଏ ସୂର୍ଯ୍ୟ ଓ ମଙ୍ଗଳ ଦୋଷ: ରିଙ୍ଗ୍‌ ଆଙ୍ଗୁଠିରେ ତମ୍ବା ମୁଦି ପିନ୍ଧିବା ଦ୍ୱାରା ସୂର୍ଯ୍ୟ ଦୋଷ ଦୂର ହୋଇଯାଇଥାଏ। ଏଥି ସହିତ ମଙ୍ଗଳର ଅଶୁଭ ପ୍ରଭାବରୁ ମଧ୍ୟ ମୁକ୍ତି ମିଳିଥାଏ।

ରକ୍ତ ପ୍ରବାହ ଠିକ୍‌ ଭାବେ ହୋଇଥାଏ: ତମ୍ବା ମୁଦି କିମ୍ବା କଡ଼ା ପିନ୍ଧିଲେ ରକ୍ତ ସଫା ହୋଇଥାଏ। ଆଉ ଏହାର ପ୍ରବାହ ମଧ୍ୟ ଠିକ୍‌ ରହିଥାଏ। ଏହାକୁ ପିନ୍ଧିବା ଦ୍ୱାରା ମାନସିକ ଏବଂ ଶାରିରୀକ ଚିନ୍ତା ବି କମି ଯାଇଥାଏ। ଆପଣ ତମ୍ବା ପାତ୍ରରେ ମଧ୍ୟ ପାଣି ରଖି ପିଇ ପାରିବେ।

ବାସ୍ତୁ ଦୋଷ ହୋଇଥାଏ ଦୂର: ବାସ୍ତୁ ଶାସ୍ତ୍ର ଅନୁସାରେ, ଘରେ ତମ୍ବା ପାତ୍ର ରଖିଲେ ସୁଖ, ଶାନ୍ତି ବଜାୟ ରହିଥାଏ। ଏହାର ଶୁଦ୍ଧତାରୁ ସକାରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ। ଯଦି ଘରର ମୁଖ୍ୟଦ୍ୱାର ଭୁଲ୍‌ ଦିଗରେ ରହିଛି, ତ ତମ୍ବାର ପଇସା ଲଟକାଇ ଦେଲେ ଏହି ବାସ୍ତୁ ଦୋଷ ଦୂର ହୋଇଯାଇଥାଏ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.