Below header

ପ୍ରଶିକ୍ଷଣ ସମୟରେ ଜୋତା ପଲିସ୍ କରିବା ସହିତ ଧୋନୀ କରୁଛନ୍ତି ଏହି ସବୁ କାମ

ଜମ୍ମୁ କଶ୍ମୀର: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ଲେଫ୍ଟନାଣ୍ଟ ମହେନ୍ଦ୍ର ସିଂ ଧୋନୀ ବର୍ତ୍ତମାନ କିଛି ଦିନ ହେବ ଦକ୍ଷିଣ କଶ୍ମୀରର ଭିକ୍ଟର ଫୋର୍ସରେ ପ୍ରଶିକ୍ଷଣ ନେଉଛନ୍ତି । ଅବନ୍ତିପୋରାରେ ପ୍ରଶିକ୍ଷଣ ସମୟରେ ଦୈନିକ କାର୍ଯ୍ୟ ସହିତ ଜଡିତ ବହୁ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

dhoni2ଏଥିରେ ସେ ଭଲିବଲ୍ ଖେଳିବାଠାରୁ ଆରମ୍ଭ କରି ଜୋତା ପଲିସ୍ କରୁଥିବାର ଭିଡିଓ ରହିଛି । ଡ୍ୟୁଟି ସମୟରେ ସେ ଯବାନଙ୍କ ସାହସ ମଧ୍ୟ ବଢାଉଥିବାର ଦେଖିବାକୁ ମିଳିଛି । ଶୋଇବା ପାଇଁ ଏକ ଦଶ ଫୁଟ୍ ରୁମର ତଳେ କପଡା ପଡିଛି । ସେ ସେଠାରେ ତାଙ୍କର ଦୈନନ୍ଦିନ କାର୍ଯ୍ୟ କରିଥାନ୍ତି । ଅଧିକାରୀ ତଥା ଯବାନ ମାନଙ୍କ ହାଜିରା ନେବା ସହିତ ସେମାନଙ୍କୁ ବିଭିନ୍ନ କାମର ଦାୟିତ୍ବ ମଧ୍ୟ ବଣ୍ଟନ କରିଥାନ୍ତି।

ms dhoniଏହାସହିତ ବରିଷ୍ଠ ଅଧିକାରୀ ମାନଙ୍କ କାମର ରିପୋର୍ଟ ମଧ୍ୟ ଦେଇଥାନ୍ତି ଧୋନୀ । ମେସ୍ ରେ ଖାଦ୍ୟ ଖାଇବା ସମୟରେ ଏକ ଗୀତକୁ ଗୁଣୁ ଗୁଣୁ କରି ଗାଉଥିବାର ଭିଡିଓ ଭାଇରାଲ ହୋଇଛି । ଆଉ ଏକ ଭିଡିଓ ରେ ପଲ୍ ଦୋ ପଲକା ସାୟର ହୁଁ ଗୀତ ଗୁଣୁ ଗୁଣାଉଥିବାର ମଧ୍ୟ ଭାଇରାଲ ହୋଇଛି ।

dgoni3ସୂଚନା ଥାଉ କି ଧୋନୀ ୧୦୬ ଟିମ୍ ବାଟାଲିୟନର honorary colonel ଅଛନ୍ତି । ୨୦୧୧ରେ ତାଙ୍କୁ ଏହି ଉପାଧୀ ଦିଅଯାଇଥିଲା । ସେ ଗତ କିଛି ଦିନ ହେବ କଶ୍ମୀରରେ ଡ୍ୟୁଟି କରିବାକୁ ଇଚ୍ଛା କରିଥିଲେ । ଏହାପରେ ସେନା ପକ୍ଷରୁ ତାଙ୍କୁ ଅନୁମତ ମିଳିଥିଲା । ସେ ଅଗଷ୍ଟ ୧୫ ଯାଏଁ ଏହି ସେବା ଜାରି ରଖିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.