ସପନା ଚୌଧୁରୀ ଭିଡିଓରେ କହିଲେ ‘କେବେ ନେଇକି ଆସିବ ବାରାତ୍‌?’, ଫ୍ୟାନ୍ସ ଦେଲେ ଏପରି ଜବାବ

ସପନା ଚୌଧୁରୀ ଏବେ ପରଫେକ୍ଟ ଅଭିନେତ୍ରୀ ହୋଇଗଲେଣି। ଟିକଟକରେ ତାଙ୍କର ସୁନ୍ଦର ଏକ୍ସପ୍ରେସନ ସମସ୍ତଙ୍କୁ ଦିଓ୍ଵାନା କରୁଛି। ନିକଟରେ ସେ ନିଜର ଏକ ଟିକଟକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ସପନା ବଲିଉଡ୍‌ ଫିଲ୍ମର ଗୀତ ‘ପା ଲିୟା ହେ ପ୍ୟାର’ରେ ପରଫର୍ମ କରୁଥିବା ନଜର ଆସିଥିଲେ। ଏହି ଗୀତରେ ସପନାଙ୍କ ଏକ୍ସପ୍ରେସନରେ ସାରା ଦୁନିଆ ତାଙ୍କର ଫ୍ୟାନ୍‌ ହୋଇଯାଇଛନ୍ତି।
ହରିୟାଣାର ଡ୍ୟାନ୍ସର ସପନା ବଲିଉଡରେ ନିଜର ପରିଚୟ ସ୍ରୁଷ୍ଟି କରିପାରିଛନ୍ତି। ସେ ଅନେକ ଫିଲ୍ମରେ ମଧ୍ୟ ନଜର ଆସି ସାରିଛନ୍ତି।

ସପନାଙ୍କ ଡ୍ୟାନ୍ସରେ ସାରା ଦୁନିଆ ଦିଓ୍ଵାନା। ସପନା ବିଗବସରେ ମଧ୍ୟ ନଜର ଆସି ସାରିଛନ୍ତି। ସପନା ସେୟାର କରିଥିବା ଏହି ଟିକଟକ୍‌ ଭିଡିଓକୁ ଦେଖି ତାଙ୍କର ଜଣେ ଫ୍ୟାନ କହିଛନ୍ତି ‘ସପନା ଦିଦିଙ୍କୁ ମୁଁ ମୋ ବିବାହରେ ଡାକିବି’। ଆଉ ଜଣେ ୟୁୁଜର ଲେଖିଛନ୍ତି ସପନାଙ୍କ କଥା କିଛି ଅଲଗା।

sapnaaଗୋଟେ ପଟେ ଯେଉଁଠି ତାଙ୍କୁ ପ୍ରଶଂସା କରାଯାଉଛି ଅନ୍ୟପଟେ ତାଙ୍କୁ ବିବାହ କରିବା ପାଇଁ ପ୍ରପୋଜାଲ ମଧ୍ୟ ଆସୁଛି, ୟୁଜର ଲେଖିଛନ୍ତି ବାରାତ ନେଇ ଆସିବି କି ?

ଏହାସହ ପଢନ୍ତୁ : ପୋଲିସ ବନାଇଲେ ସପନା ଚୌଧୁରୀଙ୍କ ଡ୍ୟାନ୍ସ ଭିଡିଓ, ଜାଣନ୍ତୁ କାରଣ

ସେହିପରି ଆଉ ଜଣେ ୟୁଜର ତାଙ୍କ ଲୁକକୁ ପ୍ରଶଂସା କରିଛନ୍ତି। ସେ ଲେଖିଛନ୍ତି ସେ ଦେଶୀ ଡ୍ରେସରେ ବହୁତ ସୁନ୍ଦର ଦେଖା ଯାଉଛନ୍ତି। ସପନା ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରହିଥାନ୍ତି। ସେ କେବଳ ହରିୟାଣୀ ନୁହେଁ ବରଂ ଭୋଜପୁରୀ, ପଞ୍ଜାବୀ ଭାଷାର ଗୀତ ମଧ୍ୟ କରୁଛନ୍ତି।