Below header

ଆରବ ଦେଶରେ ଅମାନ୍ୟ ହେଲା ପାକିସ୍ତାନୀ ଡାକ୍ତରଙ୍କ ଡିଗ୍ରୀ, ଦେଶ ଛାଡିବାକୁ ମିଳିଲା ନିର୍ଦ୍ଦେଶ

ସାଉଦି ଆରବ ସମେତ ଅନ୍ୟ ଆରବ ଦେଶରେ ପ୍ରାକ୍ଟିସ୍ କରୁଥିବା ଉଚ୍ଚତମ ଯୋଗ୍ୟତା ଥିବା ପାକିସ୍ତାନୀ ଡାକ୍ତରଙ୍କ ସାମ୍ନାରେ ଚାକିରୀର ଏକ ବଡ ସଙ୍କଟ ଆସିଛି। ସାଉଦି ଆରବ ଏବଂ ମଧ୍ୟ ପୂର୍ବର ବହୁ ଦେଶ ଗୁଡକ ପାକିସ୍ତାନର ଏମଏସ୍ ଏବଂ ଏମଡି ପରି ମେଡିକାଲ ଡିଗ୍ରୀକୁ ଅମାନ୍ୟ ଘୋଷଣା କରିଦେଇଛନ୍ତି । ଏହି ଦେଶରେ ପାକ୍ ଡିଗ୍ରୀ ଧାରୀ ଡାକ୍ତରଙ୍କୁ ଉଚ୍ଚ ଦରମା ଲିଷ୍ଟରୁ ହଟାଇ ଦିଆଯାଇଛି । ଏହି ସବୁ ଦେଶରେ ଭାରତର ଡିଗ୍ରୀକୁ ବୈଧ୍ୟ ବୋଲି ଧରାଯାଇଛି। ଅନ୍ୟପଟେ ପାକିସ୍ତାନୀ ଡାକ୍ତରଙ୍କୁ କୁହାଯାଇଛି କି, ସେମାନେ ନିଜେ ଦେଶ ଛାଡି ଚାଲିଯାଆନ୍ତୁ ଅନ୍ୟଥା ସେମାନଙ୍କୁ ନିର୍ବାସିତ କରାଯିବ ।

pakପାକ୍ ଖବର କାଗଜ ଡନ୍ ମୁତାବକ, ସାଉଦି ସରକାରଙ୍କ ଏହି ପଦକ୍ଷପ ପରେ କତର,ସଂଯୁକ୍ତ ଆରବ ଅମିରାତ(ୟୁଏଇ)ଏବଂ ବହରିନ ମଧ୍ୟ ଏହି ଭଳି ପଦକ୍ଷପ ଉଠାଇଛନ୍ତି। ଅନ୍ୟପକ୍ଷରେ, ଆରବ ଦେଶ ଭାରତ ବ୍ୟତିତ ଇଜିପ୍ଟ,ସୁଡାନ୍, ଏବଂ ବାଲାଂଦେଶର ଡିଗ୍ରୀଙ୍କୁ ବୈଧ୍ୟ ରଖିଛି। ଅର୍ଥାତ୍ ଏହି ସବୁ ଦେଶର ଡିଗ୍ରୀ ଥିବା ଡାକ୍ତରମାନେ ମେଡିକାଲ ପ୍ରାକ୍ଟିସ୍ ଜାରି ରଖିପାରିବେ ।

ପାକିସ୍ତାନୀ ଏମଏସ୍/ଏମଡି ର ଡିଗ୍ରୀକୁ ଅମାନ୍ୟ କରି ସାଉଦି ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି କି, ଏଥିରେ ସରଞ୍ଚନାତ୍ମକ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଅଭାବ ରହିଛି । ଯାହା ମହତ୍ତ୍ବପୂର୍ଣ୍ଣ ପଦରେ ଡାକ୍ତରଙ୍କୁ ରଖିବା ପାଇଁ ଏକ ଅନିର୍ବାଯ୍ଯ ଆବଶ୍ୟକତା ଅଟେ । ୨୦୧୬ରେ ସାଉଦିର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଏକ ଟିମ୍ ଅଧିକ ପ୍ରଭାବିତ ଥିବା ଡାକ୍ତରମାନଙ୍କୁ କାମରେ ରଖିଥିଲା । ସେମାନେ ଅନଲାଇନ୍ ଆବେଦନ ଆମନ୍ତ୍ରିତ କରିବା ପରେ କରାଚି,ଲାହୋର ଏବଂ ଇସଲାମାବାଦ୍ ରେ ସାକ୍ଷାତକାର ଆୟାଜିତ କରାଯାଇଥିଲା ।

doctorମେଡିକାଲରୁ ଆସୁଥିବା ଆୟରୁ ମଧ୍ୟ ହାତ ଛଡା ହେବ ପାକିସ୍ତାନ :

ଆର୍ଥିକ ରୂପେ ସଙ୍କଟରେ ଫସିଥିବା ପାକିସ୍ତାନ ପାଇଁ ସାଉଦି,ୟୁଏଇ,ବହରିନ୍ ଏବଂ କତର ର ଏହି ପଦକ୍ଷପ ବହୁତ ଲଜ୍ଜାର ବିଷୟ ଅଟେ । କାରଣ ପାକିସ୍ତାନକୁ ଏବେ ଏହି ଡାକ୍ତରମାନଙ୍କ ଠାରୁ ପ୍ରାପ୍ତ ହେଉଥିବା ବିଦେଶୀ ମୁଦ୍ରାରୁ ମଧ୍ୟ ହାତ ଛଡା ହେବାକୁ ପଡିବ । ଯାହା ଏବେ ପାକିସ୍ତାନ ପାଇଁ ଆଉ ଏକ ସମସ୍ଯା ହୋଇ ମୁଣ୍ଡ ବ୍ଯଥାର କାରଣ ପାଲଟିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.