ଉପୁଡିଗଲା ମିଡିଲ୍‌ ଷ୍ଟମ୍ପ, କିନ୍ତୁ ଅମ୍ପାୟର ଦେଲେନି ଆଉଟ୍‌ ; ଫ୍ୟାନ୍ସ ଆଶ୍ଚର୍ଯ୍ୟ

ବୋଲର ମିଡିଲ ଷ୍ଟମ୍ପ ବୋଲିଂ କରି ଓପାଡି ଦେଇଥିବା ବେଳେ ମଧ୍ୟ ଅମ୍ପାୟର ଆଉଟ ଦେଇନାହାନ୍ତି । କାରଣ ମିଡିଲି ଷ୍ଟମ୍ପ ଉପୁଡି ଯାଇଥିଲେ ମଧ୍ୟ ବେଲ୍ସ ଷ୍ଟମ୍ପ ଯେମିତିକୁ ସେମିତି ରହିଥିଲା । ଏମିତି ଘଟଣା ମେଲବର୍ଣ୍ଣ କ୍ରିକେଟ କ୍ଲବର ଏକ ମ୍ୟାଚ ସମୟରେ ଦେଖିବାକୁ ମିଳିଛି ।

କ୍ରିକେଟ ମଇଦାନରେ ବିଭିନ୍ନ ପ୍ରକାରର ଘଟଣା ଘଟିଥାଏ । ଯାହା ବିଷୟରେ ଜାଣିଲେ ଆପଣଙ୍କ ହୋସ୍‌ ଉଡିଯିବ । ଏମିତି ଏକ ଘଟଣା ସାମ୍ନାକୁ ଆସିଛି । ଯେଉଁଥିରେ ବୋଲର ମିଡିଲ ଷ୍ଟମ୍ପ ବୋଲିଂ କରି ଓପାଡି ଦେଇଥିବା ବେଳେ ମଧ୍ୟ ଅମ୍ପାୟର ଆଉଟ ଦେଇନାହାନ୍ତି । କାରଣ ମିଡିଲି ଷ୍ଟମ୍ପ ଉପୁଡି ଯାଇଥିଲେ ମଧ୍ୟ ବେଲ୍ସ ଷ୍ଟମ୍ପ ଯେମିତିକୁ ସେମିତି ରହିଥିଲା । ଏମିତି ଘଟଣା ମେଲବର୍ଣ୍ଣ କ୍ରିକେଟ କ୍ଲବର ଏକ ମ୍ୟାଚ ସମୟରେ ଦେଖିବାକୁ ମିଳିଛି ।

ସୋସିଆଲ ମିଡିଆରେ ଏହି ଘଟଣା ଭାଇରଲ ହେବା ପରେ ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଛନ୍ତି । ଆଉ ନିଜ ନିଜର ପ୍ରତିକ୍ରିୟା ଦେଉଛନ୍ତି । ଏହା ଆଇସିସି ନିୟମ ପାଇଁ ବହୁତ ବଡ ଚ୍ୟାଲେଞ୍ଜ ହୋଇଛି । ଗିନିଣ୍ଡେରା କ୍ରିକେଟ କ୍ଲବ ଏବଂ ୱେଷ୍ଟ ଡିଷ୍ଟ୍ରିକ୍ଟ କ୍ରିକେଟ କ୍ଲବ ମଧ୍ୟରେ ଖେଳାଯାଉଥିବା ମ୍ୟାଚ ବେଳେ ଏଭଳି ଘଟଣା ଦେଖିବାକୁ ମିଳିଛି ।

ଖବର ମୁତାବକ, ଗିନିଣ୍ଡେରାର ବୋଲର ଆଣ୍ଡି ରେନାଲ୍ଡସ ବ୍ୟାଟର ମାଥ୍ୟୁ ବେସୁଷ୍ଟାକୁ ଆଉଟ୍‌ କରିଥିଲେ କିନ୍ତୁ ବଲ୍‌ ବାଜି ମିଡିଲ ଷ୍ଟମ୍ପ ଉପୁଡି ପଡିଥିଲା ସତ କିନ୍ତୁ ଷ୍ଟମରୁ ବେଲ୍ସ ତଳକୁ ପଡିନଥିଲା । ବେଲ୍ସ ଷ୍ଟମ୍ପ ଉପରେ ଯେମିତି ଥିଲା, ସେମିତି ରହିଥିଲା । ଏହାପରେ ବୋଲର ଓ୍ଵିକେଟ ନେଇଥିବା ଖୁସି ମନାଇଥିଲେ ଆଉ ବ୍ୟାଟର ପଡିଆ ଛାଡି ପାଭିଲିୟନ ଫେରିଯାଇଥିଲେ । ଏହାପରେ ଫିଲ୍ଡରେ ଥିବା ଦୁଇ ଅମ୍ପାୟର ମଧ୍ୟରେ ଦୀର୍ଘ ସମୟ ଧରି ଚର୍ଚ୍ଚା ହେବା ପରେ ବ୍ୟାଟରଙ୍କୁ ନଟଆଉଟ୍‌ କରାଯାଇଥିଲା ।

ମେରିଲବୋନ କ୍ରିକେଟ କ୍ଲବ ଆଇନ ୨୯ ଅନୁଯାୟୀ, କ୍ରିକେଟରେ କୌଣସି ବ୍ୟାଟର ସେତେବେଳେ ବୋଲ୍ଡ ହେବେ, ଯେତେବେଳେ ବେଲ୍ସ ନିଜ ଜାଗାରୁ ହଟିବ । କିନ୍ତୁ ଏହି ମାମଲାରେ ଷ୍ଟମ୍ପ ସଂପୂର୍ଣ୍ଣ ଉପୁଡି ଯାଇଥିବା ବେଳେ ବେଲ୍ସ ସେମିତି ରହିଥିଲା । ଏହାର ଭିଡିଓ ଭାଇରଲ ହେଉଛି । କ୍ରିକେଟ ଫ୍ୟାନ୍ସ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.