୩୦୦୦ ବର୍ଷ ପ୍ରାଚୀନ ମୂର୍ତ୍ତିରେ ଦେଖାଗଲା QR Code! ଇଣ୍ଟରନେଟ୍‌ରେ ଫଟୋ ଭାଇରାଲ

ସୋସିଆଲ ମିଡିଆରେ ଏକ ପ୍ରାଚୀନ ମୂର୍ତ୍ତିର ଫଟୋ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏଥିରେ ଦାବି କରାଯାଇଛି ଯେ ଏହି ମୂର୍ତ୍ତିରେ QR କୋଡ୍ ପରି ଚିତ୍ର ଦୃଶ୍ୟମାନ ହେଉଛି। ଦାବି ମୁତାବକ, ମୂର୍ତ୍ତିଟି ମାୟା ସଭ୍ୟତା ସମୟର।

ଆଜି ଆପଣ ଏକ ଖବର ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ। ସୋସିଆଲ ମିଡିଆରେ ଏକ ପ୍ରାଚୀନ ମୂର୍ତ୍ତିର ଫଟୋ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏଥିରେ ଦାବି କରାଯାଇଛି ଯେ ଏହି ମୂର୍ତ୍ତିରେ QR କୋଡ୍ ପରି ଚିତ୍ର ଦୃଶ୍ୟମାନ ହେଉଛି। ଦାବି ମୁତାବକ, ମୂର୍ତ୍ତିଟି ମାୟା ସଭ୍ୟତା ସମୟର, ଯାହା ଖ୍ରୀଷ୍ଟପୂର୍ବ ୧୫୦୦ ପୂର୍ବରୁ ମେକ୍ସିକୋ, ହୋଣ୍ଡୁରାସ, ଗ୍ଵାଟେମାଲା ଏବଂ ୟୁକାଟାନ ଉପଦ୍ୱୀପରେ ରହିଥିଲା।

ଏହି ପ୍ରାଚୀନ ସଭ୍ୟତା ଆମେରିକାର। ଲୋକମାନେ ସୋସିଆଲ ମିଡିଆରେ ମୂର୍ତ୍ତିର ଫଟୋ ସେୟାର କରିବାରେ ଲାଗିଛନ୍ତି। ଦାବି ମୁତାବକ, ଅନୁସନ୍ଧାନକାରୀମାନଙ୍କୁ ୩୦୦୦ ବର୍ଷ ପୁରୁଣା ଏଭଳି ଏକ ପ୍ରାଚୀନ ମୂର୍ତ୍ତି ମିଳିଛି, ଯାହାର ମାୟା ସଭ୍ୟତା ସହିତ ସାମଞ୍ଜସ୍ୟ ରହିଛି। ସାଧାରଣ ମୂର୍ତ୍ତିଠାରୁ ଏହି ମୂର୍ତ୍ତି ସମ୍ପୂର୍ଣ୍ଣ ଭିନ୍ନ ଏବଂ ଅଦ୍ଭୁତ ଧରଣର। କାରଣ, ଏଥିରେ ହାତ ଏବଂ ଗୋଡ଼ ଅଛି, ହେଲେ ମୁଣ୍ଡ ନାହିଁ। ମୁଣ୍ଡ ଜାଗାରେ QR କୋଡ୍ ପରି କିଛି କାରୁକାର୍ଯ୍ୟ ହୋଇଛି।

ଏମିତିରେ ଲୋକମାନେ ମାୟା ସଭ୍ୟତାର ଉନ୍ନତ ଜ୍ଞାନକୌଶଳ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଲୋକେ କହିଛନ୍ତି ଯେ ତିନି ହଜାର ବର୍ଷ ପୁରୁଣା ମାୟା ସଭ୍ୟତାରେ ନିଶ୍ଚିତ ଭାବରେ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଏହିପରି ପ୍ରଯୁକ୍ତିବିଦ୍ୟା ବ୍ୟବହୃତ ହୋଇଥିଲା।

ତେବେ ଏହି ଦାବିରେ କେତେ ସତ୍ୟତା ରହିଛି, ତାହା ଜଣାପଡ଼ିନାହିଁ। କିନ୍ତୁ ମୂର୍ତ୍ତିର ଫଟୋ ଇଣ୍ଟରନେଟରେ ଲୋକଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି। ନିକଟରେ ଏହାକୁ ଫେସବୁକରେ Mysterious World ନାମକ ଆକାଉଣ୍ଟରୁ ସେୟାର କରାଯାଇଛି, ଯାହାକୁ ଏ ପର୍ଯ୍ୟନ୍ତ ୧୬ ହଜାର ଲୋକ ପସନ୍ଦ କରି ସାରିଲେଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.