ମିଲରଙ୍କୁ ରନଆଉଟ୍‌ କରିବା ପାଇଁ ଚାଲାକି କରି ସଫଳତା ପାଇନଥିଲେ ସିରାଜ, ଏହାକୁ ନେଇ ଫିଲ୍ଡରେ ଅମ୍ପାୟାରଙ୍କ ସହିତ କଲେ ଯୁକ୍ତି

ରାଞ୍ଚିରେ ରବିବାର ହୋଇଥିବା ଭାରତ ଏବଂ ଦକ୍ଷିଣ ଆଫ୍ରିକା ଦିନିକିଆ ମ୍ୟାଚକୁ ଭାରତ ସହଜରେ ଜିତିନେଇଥିଲା। ମାତ୍ର ୩ ଓ୍ଵିକେଟ ହରାଇ ଟିମ୍‌ ୪୫.୫ ଓଭରରେ ୨୮୧ ରନ୍‌ କରିଥିଲା ଭାରତ। ତେବେ ଏହି ମ୍ୟାଚରେ କିଛି ରୋଚକ ଘଟଣା ଦେଖିବାକୁ ମିଳିଥିଲା। ଏହି ମ୍ୟାଚରେ ଫିଲ୍ଡରେ ଥିବା ଅମ୍ପାୟାରଙ୍କ ସହିତ ସିରାଜ ଲଢିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଯାହା ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି।

ସାଉଥ ଆଫ୍ରିକା ଇନିଂସର ୪୮ ତମ ଓଭର ରେ ବୋଲିଂ କରିବାକୁ ଆସିଥିଲେ ଟିମ ଇଣ୍ଡିଆର ଷ୍ଟାର ବୋଲର ମହମ୍ମଦ ସିରାଜ । ତାଙ୍କର ଏକ ବଲକୁ ମିଲର ଖେଳି ପାରି ନଥିଲେ । ବଲ୍‌ ସିଧାସଳଖ ଓ୍ଵିକେଟକିପର ସଞ୍ଜୁ ସାମସନଙ୍କ ହାତକୁ ଚାଲିଯାଇଥିଲା। ସଞ୍ଜୁ ସାମସନ ସିରାଜକୁ ବଲ୍‌ ପକାଇଥିଲେ। ସିରାଜଙ୍କ ପାଖକୁ ବଲ୍‌ ଯିବା ବେଳେ ମିଲର କ୍ରିଜ ଛାଡି ବାହାରକୁ ଚାଲିଯାଇଥିଲେ, ଏହା ଦେଖି ସିରାଜ ବଲକୁ ଓ୍ଵିକେଟ ଷ୍ଟମ୍ପକୁ ଥ୍ରୋ କରିଥିଲେ। କିନ୍ତୁ ବଲଟି ଷ୍ଟମ୍ପ ନ ଛୁଇଁ ବାଉଣ୍ଡ୍ରୀକୁ ଚାଲିଯାଇଥିଲା। ସିରାଜ ଚାଲାକି ଦେଖାଇଥିଲେ, କିନ୍ତୁ ଅବହେଳା ଯୋଗୁଁ ଫାଇଦା ଉଠାଇପାରିନଥିଲେ। ଆଉ ମିଲରଙ୍କୁ ରନ୍‌ ଆଉଟ୍‌ କରିପାରିନଥିଲେ। ଆଉ ଏହା ବଦଳରେ ଦକ୍ଷିଣ ଆଫ୍ରିକା ଟିମକୁ ଅଯଥାରେ ୪ ରନ୍‌ ମଧ୍ୟ ମିଳିଥିଲା। ଏହି କଥାରେ ସିରାଜ ରାଗିଯାଇ ଅମ୍ପାୟାରଙ୍କ ଉପରକୁ ରାଗିଯାଇଥିଲେ। ଆଉ ଯୁକ୍ତିତର୍କ ମଧ୍ୟ କରିଥିଲେ ।

ଟି-୨୦ ବିଶ୍ୱକପରୁ ବୁମରା ବାଦ ପଡିବା ପରେ ଖୁବ ଚର୍ଚ୍ଚାରେ ରହିଛନ୍ତି ଷ୍ଟାର ବୋଲର ମହମ୍ମଦ ସିରାଜ । ହଠାତ ଭାରତୀୟ ଦଳରେ କମବ୍ୟାକ କରିବା ସହ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ ମଧ୍ୟ ସେ ସୁଯୋଗ ପାଇଛନ୍ତି । ଉଭୟ ଦିନିକିଆ ମ୍ୟାଚରେ ସିରାଜ ଦମଦାର ବୋଲିଂ କରିଛନ୍ତି । ରାଞ୍ଚିର ଜେଏଓସିଏ ଷ୍ଟାଡିୟମରେ ଖେଳାଯାଇଥିଲା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଦିନିକିଆ । ଏହି ମ୍ୟାଚରେ ୩ଟି ୱିକେଟ ନେଇ ଦକ୍ଷିଣ ଆଫ୍ରିକାକୁ ବଡ ଝଟକା ଦେଇଛନ୍ତି ମହମ୍ମଦ ସିରାଜ ।

ତେବେ ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା। ଅନେକ ଲୋକ ସିରାଜଙ୍କର ଏହି କାରନାମାକୁ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହା ସହିତ ପ୍ରଶଂସକମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ।

ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ନିର୍ଦ୍ଧାରିତ ୫୦ ଓଭରରେ ୭ ଓ୍ଵିକେଟ୍‌ ହରାଇ କରିଥିଲା ୨୭୮ ରନ୍‌ । ଦଳ ପକ୍ଷରୁ ହେଣ୍ଡରିକ୍ସ ୭୪ ଏବଂ ମାରକ୍ରମ ସର୍ବାଧିକ ୭୯ ରନ୍‌ କରିଥିଲେ । ଭାରତ ପକ୍ଷରୁ ସଫଳ ବୋଲର ଭାବେ ମହମ୍ମଦ ସିରାଜ ୧୦ ଓଭରରେ ୩୮ ରନ ଦେଇ ୩ ଓ୍ଵିକେଟ୍ ନେଇଥିଲେ । ଶାହବାଜ ଅହମ୍ମଦ ୫୪ ରନ ଦେଇ ୧, ଓ୍ଵାଶିଂଟନ ସୁନ୍ଦର ୬୦ ରନ ଦେଇ ୧, କୁଲଦୀପ ଯାଦବ ୪୯ ରନ ଦେଇ ୧ ଏବଂ ଶାର୍ଦ୍ଦୁଳ ଠାକୁର ୩୬ ରନ ଦେଇ ୧ ଓ୍ଵିକେଟ୍ ନେଇଥିଲେ।

Also Read : ରାଞ୍ଚିରେ ପ୍ରତିଶୋଧ ନେଲା ଭାରତ, ଦ୍ୱିତୀୟ ଦିନିକିଆରେ ଦକ୍ଷିଣ ଆଫ୍ରିକାକୁ ମାତ୍‌ ଦେଲା ଟିମ୍‌ ଇଣ୍ଡିଆ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.