Below header

ରାଞ୍ଚିରେ ପ୍ରତିଶୋଧ ନେଲା ଭାରତ, ଦ୍ୱିତୀୟ ଦିନିକିଆରେ ଦକ୍ଷିଣ ଆଫ୍ରିକାକୁ ମାତ୍‌ ଦେଲା ଟିମ୍‌ ଇଣ୍ଡିଆ

ରାଞ୍ଚି : ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଖେଳା ଯାଇଥିବା ଦ୍ୱିତୀୟ ଦିନିକିଆରେ ଭାରତ ବିଜୟୀ ହୋଇ ପୂର୍ବ ପରାଜୟର ପ୍ରତିଶୋଧ ନେଇଛି । ଏହା ଫଳରେ ସିରିଜ୍‌ ଏବେ ୧-୧ ସ୍ଥିତିରେ ରହିଛି । ଶ୍ରେୟଶ ଆୟର ଶତକ ହାସଲ କରିଥିବା ବେଳେ ଇସାନ କିସାନ ମାତ୍ର ୭ ରନ୍‌ ପାଇଁ ଶତକରୁ ବଞ୍ଚିତ ହୋଇଛନ୍ତି ।

ଆଜିର ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ନିର୍ଦ୍ଧାରିତ ୫୦ ଓଭରରେ ୭ ଓ୍ଵିକେଟ୍‌ ହରାଇ କରିଥିଲା ୨୭୮ ରନ୍‌ । ଦଳ ପକ୍ଷରୁ ହେଣ୍ଡରିକ୍ସ ୭୪ ଏବଂ ମାରକ୍ରମ ସର୍ବାଧିକ ୭୯ ରନ୍‌ କରିଥିଲେ । ଭାରତ ତରଫରୁ ସଫଳ ବୋଲର ଭାବେ ସିରାଜ ନେଇଥିଲେ ୩ଟି ଓ୍ଵିକେଟ୍‌ ।

 

ISHAN
ଇସାନ କିସାନ

 

ପରେ ଭାରତ ଆରମ୍ଭରୁ ଝଟକା ଖାଇଥିଲେ ମଧ୍ୟ ଇସାନ କାସାନ ଓ ଶ୍ରେୟାଶ ଆୟର ପାଳି ସମ୍ଭାଳି ନେଇ ଦଳକୁ ଜିତାଇବାରେ ମୁଖ୍ୟ ଭୂମିକା ନେଇଥିଲେ । କିସାନ ୮୪ ବଲ୍‌ ଖେଳି ୯୩ ରନ୍‌ କରିଥିଲେ । ସେ ୪ଟି ଚୌକା ଏବଂ ୭ଟି ଛକା ମାରିଥିଲେ । ଅନ୍ୟପକ୍ଷରେ ଆୟର ଧୈର୍ଯ୍ୟ ଓ ଦୃଢ଼ତାର ସହ ଖେଳି ଥିଲେ । ସଞ୍ଜୁ ସାମସନ୍‌ଙ୍କୁ ସାଥୀ କରି ୪୫.୫ ଓଭରରେ ଦଳକୁ ଜିତାଇ ଦେଇଥିଲେ । ଆୟର ୧୧୧ ବଲ୍‌ରେ ଅପରାଜିତ ୧୧୩ ରନ୍‌ (୧୫ ଚୌକା) ଏବଂ ସଞ୍ଜୁ ଅପରାଜିତ ୩୦ ରନ୍‌ କରିଛନ୍ତି । ଭାରତ ୩ ଓ୍ଵିକେଟ୍‌ରେ ୨୮୨ ରନ୍‌ କରିଛି ।

1

2

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.