Below header

ରାଜ୍ୟର ବିଭିନ୍ନ ବୋର୍ଡ ଓ ନିଗମର ଅଧ୍ୟକ୍ଷ ନିଯୁକ୍ତ: ଶ୍ରୀମୟୀ ହଟିଲେ ଲେନିନ ମହାନ୍ତି ହେଲେ ଓଟିଡିସି ଅଧ୍ୟକ୍ଷ

କେନ୍ୟୁଜ୍(ବ୍ୟୁରୋ):ରାଜ୍ୟର ବିଭିନ୍ନ ବୋର୍ଡ ଓ ନିଗମର ଅଧ୍ୟକ୍ଷ ନିଯୁକ୍ତ । ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ ଭାବେ କଳିକେଶ ସିଂହଦେଓ, ଆପିକଲ୍‌ର ଅଧ୍ୟକ୍ଷା ଭାବେ ପ୍ରତାପ ଆଦିତ୍ୟ ମିଶ୍ର, ORHDCର ଅଧ୍ୟକ୍ଷ ଭାବେ ଡି. ବିଶ୍ୱନାଥଙ୍କୁ ନିଯୁକ୍ତି ଦିଆଯାଇଛି । ସେହିପରି ଲେନିନ ମହାନ୍ତି-ଓଟିଡିସି ଅଧ୍ୟକ୍ଷ, ଅମରେଶ ପତ୍ରୀ- ଉଠାଜଳସେଚନ ନିଗମର ଅଧ୍ୟକ୍ଷ, ବିଜୟ ନାୟକ-ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ, ଶ୍ରୀମୟୀ ମିଶ୍ର-ଓଡ଼ିଶା କୋଠା ଓ ଅନ୍ୟ ନିର୍ମାଣ ଶ୍ରମିକ ଉନ୍ନୟନ ବୋର୍ଡର ଅଧ୍ୟକ୍ଷ ଓ ସତ୍ୟବ୍ରତ ତ୍ରିପାଠୀ ରାଜ୍ୟ ଚଳଚ୍ଚିତ୍ର ନିଗମର ଅଧ୍ୟକ୍ଷ ଏବଂ ସଂଗ୍ରାମ ପାଇକରାୟ ଖଦି ବୋର୍ଡର ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇବେ ।

ସେହିପରି ପବିତ୍ର ପାଣିଗ୍ରାହୀଙ୍କୁ ଗଞ୍ଜାମ ଆଞ୍ଚଳିକ ଉନ୍ନୟନ ଟ୍ରଷ୍ଟର ଚେୟାରମ୍ୟାନ ଓ TAMDAର ଅଧ୍ୟକ୍ଷ ଭାବେ ଅବନୀକାନ୍ତ ସାହୁଙ୍କୁ ନିଯୁକ୍ତି ମିଳିଛି । କସ୍ତୁରୀ ମହାପାତ୍ର ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ସଂପାଦକ ଭାବେ ଦାୟିତ୍ୱ ଦିଆଯାଇଛି । ମୀନତି ବେହେରାଙ୍କୁ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷ ଭାବେ ମିଳିଛି ନିଯୁକ୍ତି ।

ଡ.ରାମଚନ୍ଦ୍ର ପଣ୍ଡାଙ୍କୁ କୃଷି ଏବଂ କୃଷକ ସଶକ୍ତୀକରଣ ବିଭାଗର ଉପଦେଷ୍ଟା କରାଯାଇଛି। ଅନୁଭବ ପଟ୍ଟନାୟକଙ୍କୁ ଇଲେକ୍ଟ୍ରୋନିକ୍‌ସ ଏବଂ ଆଇଟି ବିଭାଗ, ସୁଧୀର ଦାସଙ୍କୁ ବିଏସ୍‌କେୱାଇ, ଲୋପାମୁଦ୍ରା ବକ୍ସିପାତ୍ର ଓ ଗୀତା ବସ୍ତିଆଙ୍କୁ ମିଶନ ଶକ୍ତି, ସରୋଜିନୀ ହେମ୍ବ୍ରମଙ୍କୁ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଏବଂ ସୁମିତ୍ରା ଜେନାଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗର ଉପଦେଷ୍ଟା କରାଯାଇଛି। ସେହିପରି ପ୍ରଦୀପ ମାଝିଙ୍କୁ ସ୍ପେସାଲ ଡେଭଲପମେଣ୍ଟ କାଉନ୍‌ସିଲର ଉପଦେଷ୍ଟା କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.