Below header

ଠେଲାରେ ବିକୁଛନ୍ତି ପରିବା, ହେଲେ ମୁଣ୍ଡରେ ହେଲମେଟ୍‌ , ଭିଡିଓର କାରଣ ଜାଣିଲେ ହସି ହସି ହେବେ ବେଦମ୍‌

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ବେଳେ ବେଳେ ଏପରି ଭିଡିଓ ଆସେ ଯାହାକୁ ଦେଖି ଆପଣ ନହସି ରହି ପାରିବେ ନାହିଁ । କିଛି ଭିଡିଓ ମଧ୍ୟ ଆପଣଙ୍କୁ ସତର୍କ କରାଇଥାଏ । ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି,ଯାହାକୁ ଦେଖିଲେ ଆପଣ ନହସି ରିପାରିବେ ନାହିଁ ।

ଭିଡିଓଟି ଉତ୍ତର ପ୍ରଦେଶର କୌଣସି ସହରର । ଏହି ଭିଡିଓରେ ଜଣେ ପରିବା ବିକାଳି ମୁଣ୍ଡରେ ହେଲମେଟ ପିନ୍ଧିଥିବା ଦେଖାଯାଇଛି । ବ୍ୟକ୍ତି ଜଣକ ନିଜର ପରିବା ଠେଲା ନେଇ ଯାଉଥିବା ବେଳେ ମୁଣ୍ଡରେ ହେଲମେଟ ପିନ୍ଧି ମୁରୁକି ମୁରୁକି ହସୁଥିବା ଦେଖାଯାଇଛି । ସେ ଯେତେବେଳେ ରାସ୍ତାରେ ଯାଉଛନ୍ତି ତାଙ୍କୁ ଲୋକେ ଏକ ଅଲଗା ଦୃଷ୍ଟିରେ ଦେଖିବା ପାଇଁ ଆଗେଇ ଆସୁଛନ୍ତି ।

ଏହି ସମୟରେ ପେଟ୍ରୋଲିଂରେ ଯାଉଥିବା ଜଣେ ପୋଲିସ ଅଧିକାରୀ ପରିବା ବିକାଳିଙ୍କୁ ହେଲମେଟ ପିନ୍ଧିବାର କାରଣ ପଚାରିଛନ୍ତି । ବିକାଳି ଜଣକ କହିଛନ୍ତି ଯେ ଜଣେ ବ୍ୟକ୍ତି କହିଲେ ଯେ ଆଗରେ ପୋଲିସ ଅଛନ୍ତି, ଯଦି ହେଲମେଟ ନ ପିନ୍ଧିବ ଚାଲାଣ କଟିବ । ଏହା ଶୁଣି ପୋଲିସ କହିଲେ ଯେ ବାଇକ ଚାଳକଙ୍କୁ ହେଲମେଟ ପିନ୍ଧିବା ଜରୁରୀ ହୋଇଥାଏ ।

ପରିବା ବିକିବା ବାଲାଙ୍କୁ ନୁହେଁ । ତୁମର ତ ଚାରି ଚକ ବାଲା ଗାଡି । ତୁମକୁ ହେଲମେଟ ପିନ୍ଧିବା ଆବଶ୍ୟକ ନାହିଁ । ତୁମେ କେବଳ ସଡ଼କ ପାର୍ଶ୍ୱରେ ଯାଇ ପରିବା ବିକ । ଏହା ଶୁଣି ଆଖପାଖର ଲୋକେ ହସୁଥିବା ଦେଖାଯାଇଛି ।

ଏହି ଭିଡିଓକୁ ଭଗତ ପ୍ରସାଦ ପାଣ୍ଡେ ସେୟାର କରିଛନ୍ତି । ଏହାର କ୍ୟାପସନରେ ଲେଖିଛନ୍ତି ‘ଡର ନେହିଁ,ଜାଗରୁକତା ଚାହିଏ ’ । ଭିଡିଓକୁ ୨ ଲକ୍ଷରୁ ଅଧିକ ଥର ଦେଖା ସରିଲାଣି । ଭିଡିଓକୁ ୮ ହଜାର ଲୋକେ ପସନ୍ଦ କରିଛନ୍ତି । ୟୁଜର୍ସ ପରିବା ବାଲାଙ୍କ ନିରିହ ସ୍ୱଭାବକୁ ବେଶ ପସନ୍ଦ କରିଛନ୍ତି । ସବୁଠାରୁ ବଡ଼ କଥା ଜଣେ ୟୁଜର୍ସ ଲେଖିଛନ୍ତି –‘ଯଦି ଆପଣ କାହାକୁ ପଚାରିବେ ଯେ ଆପଣ ହେଲମେଟ ଓ ସିଟବେଲ୍‌ଟ କାହିଁକି ପିନ୍ଧିଛନ୍ତି ତ ଉତ୍ତର ଆସିବ, ଚାଲାଣ ନହେଲେ କଟିଯିବ । ’

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.