Below header

ଆସନ୍ତା ୨୭ରୁ ହରିୟାଣା ହିସାରଠାରେ ନବମ ଜାତୀୟ ଉପ କନିଷ୍ଠ ବାଳିକା ହକି

କଟକ: ଆସନ୍ତା ୨୭ ତାରିଖରୁ ନବମ ଜାତୀୟ ଉପ କନିଷ୍ଠ ବାଳିକା ହକି ପ୍ରତିଯୋଗିତା ଅନୁଷ୍ଠିତ ହେବ। ହରିୟାଣାର ହିସାରଠାରେ ହେବାକୁ ଥିବା ଏହି ପ୍ରତିଯୋଗିତା ପାଇଁ ମମତା କିଣ୍ତୋଙ୍କ ନେତୃତ୍ବରେ ୧୫ ଜଣିଆ ଓଡ଼ିଶା ଦଳ ଘୋଷଣା କରାଯାଇଛି। ମେ’ ୧୨ରୁ ରାଉରକେଲାରେ ଚାଲିଥିବା ଶିବିରରୁ ଖେଳାଳି ଚୟନ କରାଯାଇଥିବା ଜଣାପଡିଛି।

ତେବେ ଶୁକ୍ରବାର ଓଡ଼ିଶା ଦଳ ହରିୟାଣା ଗସ୍ତ କରିଥିବାବେଳେ ପ୍ରତିଯୋଗିତାରେ ଓଡ଼ିଶା ପୁଲ୍‌ ‘ଏ’ରେ ହରିୟାଣା, ପଞ୍ଜାବ, କର୍ଣ୍ଣାଟକ ଓ ବିହାର ସହିତ ସ୍ଥାନ ପାଇଛି। ଓଡ଼ିଶା ତା’ର ପ୍ରଥମ ମ୍ୟାଚ୍‌ ମେ ୨୭ରେ ହରିୟାଣା ସହ ଖେଳିବ। ଜୁନ୍‌ ୭ରେ ଏହି ପ୍ରତିଯୋଗିତା ଉଦ୍‌ଯାପିତ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.