ଆଶ୍ଚର୍ଯ୍ୟ ହୋଇଗଲେ ଡାକ୍ତର, ଯେତେବେଳେ ରୋଗୀଙ୍କ ପେଟରୁ ବାହାରିଲା ଏହି ସବୁ ଜିନିଷ

ହିମାଞ୍ଚଳ ପ୍ରଦେଶର ମଣ୍ଡି ଜିଲ୍ଲାର ଲାଲ ବାହାଦୂର ଶାସ୍ତ୍ରୀ ମେଡିକାଲ କଲେଜରେ ଏକ ଅଦ୍ଭୁତ ପୂର୍ଣ୍ଣ ଘଟଣା ସାମ୍ନାକୁ ଆସିଛି। ଡାକ୍ତରଖାନାକୁ ଅଣାଯାଇଥିବା ଜଣେ ମାନସିକ ରୋଗୀଙ୍କ ପେଟରୁ ଡାକ୍ତର ୭ଟି ଷ୍ଟିଲ ଚାମଚ, ୧ଟି ପ୍ଲାଷ୍ଟିକ ଚାମଚ, ୨ଟି ପେଚକଷ, ୧ଟି ଛୁରୀ, ୨ଟି ବ୍ରସ୍ ଏବଂ ୧ଟି ଲୁହା ରଡ ବାହାର କରିଥିଲେ।
ରିପୋର୍ଟ ଅନୁଯାୟୀ ବ୍ୟକ୍ତି ଜଣକ ସୁନ୍ଦର ନଗରର ବାସିନ୍ଦା। ସେ ଗତ ତିନି ଦିନ ପୂର୍ବରୁ ଗୋଟିଏ ଛୁରୀ ଗିଳି ଦେଇଥିଲେ। ଏହା ପରେ ତାଙ୍କ ପରିବାର ସଦସ୍ୟ ମେଡିକାଲ କଲେଜକୁ ଆଣି ତାଙ୍କର ଚିକିତ୍ସା ଆରମ୍ଭ କରିଥିଲେ।

doctorଡାକ୍ତରଙ୍କ କହିାବ ଅନୁଯାୟୀ ଏକ୍ସରେ କରିବା ପରେ ତାଙ୍କ ପେଟରେ ଅନେକ ଜିନିଷ ରହିଥିବାର ଜାଣିବାକୁ ମିଳିଥିଲା। ଡାକ୍ତର ନିଖିଲ ସୋନୀ ଏବଂ ଡାକ୍ତର ସୁରଜଙ୍କ ଟିମ୍ ପାଖାପାଖି ଦୁଇ ଘଣ୍ଟା ଅପରେସନ କରିବା ପରେ ପେଟ ଭିତରୁ ଅନେକ ଜିନିଷ ବାହାର କରିଥିଲେ।

ଏହି ରୋଗରେ ପିଡୀତ ଥିବା ରୋଗୀମାନଙ୍କର ଲକ୍ଷଣ ଭିନ୍ନ ଭିନ୍ନ ପ୍ରକାର ହୋଇଥାଏ। ଏହି ରୋଗ ବିଷୟରେ ସଠିକ ଭାବେ ଜାଣିବା ପାଇଁ ଅନେକ ମାସ କିମ୍ବା ବର୍ଷ ଲାଗିଯାଇଥାଏ। ଏହି ରୋଗୀମାନେ କୌଣସି ଭି ଜିନିଷ ଖାଇଦେଇଥାନ୍ତି। ଏହି ରୋଗୀମାନଙ୍କର ଧ୍ୟାନ କେନ୍ଦ୍ରିତ କରାଇବାରେ ଅନେକ କଷ୍ଟର ସାମ୍ନା କରିବାକୁ ପଡ଼ିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.