ଦଳ ବଦଳାଇ କିଏ ପାଇଲେ ଫାଇଦା, କାହାର ହେଲା ଘାଟା ?

ଚଳିତ ନିର୍ବାଚନ ପୂର୍ବରୁ ରାଜ୍ୟରେ ଜୋର ଧରିଥିଲା ଦଳ ଡିଆଁ ପର୍ବ। ଅନ୍ୟ ରାଜନୈତିକ ଦଳରୁ ଆସି ଅନେକ ଟିକେଟ ନେଇଥିଲେ। ସେହିପରି କାହାକୁ ଟିକେଟ ନମିଳିବାରୁ କିଏ ଦଳ ସହ ସମ୍ପର୍କ କାଟିବା ଘଟଣା ନଜରକୁ ଆସିଥିଲା। ଏମାନଙ୍କ ଭିତରୁ କିଛି ଜିତିଲେ କିଛି ପରାଜିତ ହେଲେ।

ନଜର ପକାନ୍ତୁ ଦଳ ବଦଳ କରିଥିବା ନେତାଙ୍କ ଭିତରୁ କାହାର ଫାଇଦା ଓ କିଏ ସହିଲେ କ୍ଷତି

ଝାରସୁଗୁଡ଼ାରେ ବିଜେଡି
naba-dasଝାରସୁଗୁଡ଼ା ରାଜନୀତିରେ ନୂଆ ସମୀକରଣ। କଂଗ୍ରସେ ଗଡ଼ରେ ଶୁଭିଲା ଶଙ୍ଖ ଧ୍ୱନୀ। ଜିତିଛନ୍ତି ବିଜେଡି ପ୍ରାର୍ଥୀ ନବ ଦାସ। ୨୦୦୪ରୁ ଏଠାରୁ କଂଗ୍ରେସ ଟିକେଟରେ ବିଜୟ ବାନା ଉଡ଼ାଇ ଚାଲିଥିଲେ ନବ ଦାସ। ଚଳିତ ନିର୍ବାଚନ ପୂର୍ବରୁ ସେ ଶଙ୍ଖ ଫୁଙ୍କିଥିଲେ। ଏଥର ବିଜେଡି ବ୍ୟାନରରେ କ୍ରମାଗତ ବିଜୟୀ ହୋଇଛନ୍ତି ନବ ଦାସ।

ମୋରଡ଼ା ଓ କାକଟପୁରରେ ଶଙ୍ଖନାଦ

MORADA-BJDମୟୂରଭଞ୍ଜ ଜିଲ୍ଲାରେ ବିଜେପିର ଦକ୍ଷ ଓ ଟାଣୁଆ ସଂଗଠକ ଥିଲେ ରାଜକିଶୋର ଦାସ। ଠିକ୍ ନିର୍ବାଚନ ପୂର୍ବରୁ ତାଙ୍କୁ ବିଜେପି ଟିକେଟ ନଦେବାରୁ ବିଜେଡି ଟିକେଟରେ ଓହ୍ଲାଇଥିଲେ ରଣାଙ୍ଗନାକୁ। ମୋରଡ଼ା ଭୋଟର ବି ରାଜକିଶୋରଙ୍କ ପ୍ରତି ହୋଇଥିବା ଅନ୍ୟାୟକୁ ସହ୍ୟ କଲେ ନାହିଁ। ବିଜେପି ଛାଡ଼ି ବିଜେଡିରେ ମିଶିଥିବା ରାଜକିଶୋର ବିପୁଳ ଭୋଟରେ ବାଜି ମାରିଛନ୍ତି।

କାକଟପୁର ବିଜେପିକୁ ଚକମା ଦେଇଛି ବିଜେଡି

Tusharkanti-Beheraସେହିପରି କାକଟପୁର ବିଜେପିକୁ ଚକମା ଦେଇଥିବା ବିଜେଡି ଏଠାରେ ବାଜି ଜିତିଛି। ଶେଷ ମୂହୂର୍ତ୍ତରେ ବିଜେପି ଛାଡ଼ି ବିଜେଡିରେ ମିଶିଥିବା ତୁଷାରକାନ୍ତି ବେହେରା ଏଠାରୁ ବିଜୟୀ ହୋଇଛନ୍ତି। ସେ ବିଜେପି ଟିକେଟ ପାଇଥିଲେ ବି ଶେଷରେ ବିଜେଡିରେ ମିଶି ନିର୍ବାଚନ ଲଢ଼ିଥିଲେ।

ଜିତିଲେ ରଘୁନନ୍ଦନ ଓ ଭାଗିରଥୀ

raghunandanaଚଳିତ ନିର୍ବାଚନକେ ଜଗତସିଂହପୁର ଜିଲ୍ଲାରେ ବାଜି ମାରିଛି ବିଜେଡି। ବାଲିକୁଦା-ଏରସମା ଆସନରେ ବିଜେଡି ପ୍ରାର୍ଥୀ ରଘୁନନ୍ଦନ ଦାସ ବିଜୟୀ ହୋଇଛନ୍ତି। ବିଜେଡିରୁ ବହିଷ୍କୃତ ନେତା ତଥା ବିଜେପି ଟିକେଟରେ ଲଢ଼ିଥିବା ହେଭିଓ୍ୱେଟ ଦାମୋଦାର ରାଉତଙ୍କୁ ସେ ପରାସ୍ତ କରିଛନ୍ତି। ଚଳିତ ନିର୍ବାଚନରେ ସେ ବିଜେପିରୁ ଆସି ବିଜେଡି କ୍ୟାମ୍ପରେ ସାମିଲ ହୋଇଥିଲେ।

bhagirathiସେହିପରି ଆନନ୍ଦପୁରରେ ବି ଶଙ୍ଖନାଦ। ଚଳିତ ନିର୍ବାଚନ ଆଗରୁ ବିଜେଡିକୁ ଘରବାହୁଡ଼ା କରିଥିବା ଭାଗିରଥୀ ସେଠୀ ପୁଣି ଥରେ ଏଠାରୁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। କଂଗ୍ରେସ ପ୍ରାର୍ଥୀ ଜୟଦେବା ଜେନାଙ୍କୁ ୪୪ହଜାରରୁ ଅଧିକ ଭୋଟରେ ହରାଇଛନ୍ତି ଭାଗିରଥୀ।

ହାରିଲେ ଯୋଗେନ୍ଦ୍ର, ଜିତିଲେ କୁସୁମ

kusum-teteସୁନ୍ଦରଗଡ଼ରେ କିନ୍ତୁ ବିଜେଡିକୁ କ୍ଷତି ସହିବାକୁ ପଡ଼ିଛି। କଂଗ୍ରେସରୁ ଆସି ବିଜେଡି ଟିକେଟ ନେଇଥିବା ଯୋଗେଶ ସିଂହଙ୍କୁ ସୁନ୍ଦରଗଡ଼ ଭୋଟର ପ୍ରତ୍ୟାଖ୍ୟାନ କରିଛନ୍ତି। ବିଜେପି ପ୍ରାର୍ଥୀ କୁସୁମ ଟେଟେ ୭ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି।

ନୀଳଗିରି, ପାରଳାଖେମୁଣ୍ଡିରେ ଫୁଟିଲା ପଦ୍ମ

sukanta nayakନୀଳଗିରି ଓ ପାରଳାଖେମୁଣ୍ଡି ଆସନକୁ ଏଥର ବିଜେପି ହାତରେ ଟେକି ଦେଇଛି ବିଜେଡି। ଦୁଇଟିଯାକ ଆସନରେ ପ୍ରାର୍ଥୀ ବଦଳାଇଥିଲା ବିଜେଡି। ବିଧାୟକ ସୁକାନ୍ତ ନାୟକଙ୍କୁ ନୀଳଗିରି ଟିକେଟ ନଦେବାରୁ ସେ ବିଜେପିରେ ମିଶିଥିଲେ। ବିଜେଡି ପ୍ରାର୍ଥୀ ସନ୍ତୋଷ ଖଟୁଆଙ୍କୁ ମାତ୍ର ୧୫ଶହ ଭୋଟରେ ପରାସ୍ତ କରି ଦ୍ୱିତୀୟ ଥର ବିଧାୟକ ହୋଇଛନ୍ତି ସୁକାନ୍ତ ନାୟକ।

K-Narayan-Raoସେହିପରି ପାରଳାଖେମୁଣ୍ଡିରେ ବି ସାମନ ସ୍ଥିତି। ଗତଥର ବିଜେଡି ପ୍ରାର୍ଥୀ କେ. ନାରାୟଣ ରାଓଙ୍କ ଟିକେଟ କଟିଥିଲା। ପାରଳା ରାଜଜେମା କଲ୍ୟାଣୀ ଗଜପତିଙ୍କୁ ଦଳ ପ୍ରାର୍ଥୀ କରିଥିଲା। ଏଥର ନାରାୟଣ ରାଓ ବିଜେପି ଟିକେଟରେ ଲଢ଼ି ନିର୍ବାଚିତ ହୋଇଛନ୍ତି।

ଜୟନ୍ତ ଷଡ଼ଙ୍ଗୀ ବାଜି ମାରିଛନ୍ତି

jayantaଦଳବଦଳ କରିଥିବା ଅନେକ ପ୍ରାର୍ଥୀ ପରାଜୟର ମୁହଁ ଦେଖିଥିବା ବେଳେ କିଛି ବିଜୟୀ ବି ହୋଇଛନ୍ତି। ପୁରୀରେ ବିଜେଡି କ୍ୟାମ୍ପ ଛାଡ଼ି ବିଜେପିରେ ମିଶିଥିବା ଜୟନ୍ତ ଷଡ଼ଙ୍ଗୀ ବାଜି ମାରିଛନ୍ତି।

ବିଜେଡିକୁ ବାଏ ବାଏ କହିଥିଲେ ବାବୁ ସିଂ

babu singhବିଜେଡିକୁ ବାଏ ବାଏ କହିଥିବା ବାବୁ ସିଂ ଭୁବନେଶ୍ୱର ଏକାମ୍ର ଆସନରେ ପରାସ୍ତ ହୋଇଛନ୍ତି।

ବଳଭଦ୍ର ମାଝୀ ବି ଚାଖିଛନ୍ତି ପରାଜୟର ସ୍ୱାଦ

balabhadra-majhiବିଜେଡି ସହ ସମ୍ପର୍କ କାଟି ନବରଙ୍ଗପୁର ସାଂସଦ ଭାବରେ ଲଢ଼ିଥିବା ବଳଭଦ୍ର ମାଝୀ ବି ଚାଖିଛନ୍ତି ପରାଜୟର ସ୍ୱାଦ।

ପ୍ରକାଶ ବେହେରା, ବିଭୂ ତରାଇଙ୍କୁ ବି ଭୋରଟଙ୍କ ପ୍ରତ୍ୟାଖ୍ୟାନ

prakashbeheraସେହିପରି କଂଗ୍ରେସ ଛାଡ଼ି ପଦ୍ମ ପୋଖରୀରେ ବୁଡ଼ ପକାଇଥିବା ପ୍ରକାଶ ବେହେରା, ବିଭୂ ତରାଇଙ୍କୁ ବି ଭୋରଟ ପ୍ରତ୍ୟାଖ୍ୟାନ କରିଛନ୍ତି।

Bibhu-Prasad-Taraiଚଳିତ ନିର୍ବାଚନରୁ ଏକଥା ସ୍ପଷ୍ଟ ହୋଇଛି ଯେ, ବିଜେପି ଅଲଗା ଦଳରୁ ନେତା ନେଇ ବେଶୀ ଘାଟା ଘାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.