Below header

ଛକା ମାରି ଖୋଲିଦେଲେ ବଲର ସୂତା, ଭାଙ୍ଗିଦେଲେ ଷ୍ଟାଡିୟମ୍ ଛାତ

ଚଳିତ ବିଶ୍ବକପରେ ଅନେକ ବିଶ୍ବ ରେକର୍ଡ ଦେଖିବାକୁ ମିଳୁଛି । ଅନେକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ସେହିପରି ଏକ ଭିଡିଓ ହେଉଛି ୱେଷ୍ଟଇଣ୍ଡିଜ୍ ଏବଂ ବାଂଲାଦେଶ ମ୍ୟାଚ୍ ସମୟର । ସୋମବାର ଦିନ ହୋଇଥିବା ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ପ୍ରଥମ ଥର ହରାଇ ଇତିହାସ ରଚିଥିଲା ବାଂଲାଦେଶ । ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ୭ ୱିକେଟରେ ହରାଇଥିଲା ବାଂଲାଦେଶ। ୩୨୨ ରନର ବିଶାଳ ବିଜୟ ଲକ୍ଷକୁ ପିଛା କରି ମାତ୍ର ୩ ୱିକେଟ୍ ହରାଇ ବିଜୟ ମୁକୁଟ ପିନ୍ଧିଥିଲା ବାଂଲାଦେଶ।

ballତେବେ ଏହି ପୁରା ମ୍ୟାଚରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ୱେଷ୍ଟଇଣ୍ଡିଜ୍ ଖେଳାଳି ନିକୋଲସ ପୁରନଙ୍କ ଏକ ସଟ୍ । ନିକୋଲସ୍ ୧୨ ରନ୍ କରି ବ୍ୟାଟିଂ କରୁଥିଲେ । ୩୦ ଓଭରର ପ୍ରଥମ ବଲରେ ଏମିତି ସଟ୍ ମାରିଥିଲେ ନିକୋଲସ୍ ଯେ ବଲଟି ବାଉଣ୍ଡ୍ରି ବାହାରକୁ ଚାଲିଯାଇଥିଲା । ତେବେ ସବୁଠାରୁ ମଜା କଥା ହେଉଛି ଏହି ଛକା ଷ୍ଟାଡିୟମର ଛାତ ଉଡାଇଦେଇଥିଲା ।

ରିପ୍ଲେ କରି ଦେଖିବା ପରେ ଜଣା ପଡିଥିଲା ବଲଟି ଛାତର ଯେଉଁ ସ୍ଥାନରେ ପଡିଥିଲା ସେଠାରେ ବଡ଼ ଧରଣର ଛିଦ୍ର ହୋଇଯାଇଥିଲା । କେବଳ ସେତିକି ନୁହେଁ ନିକୋଲସଙ୍କ ମାଡରେ ବଲର ସୂତା ବାହାରି ଯାଇଥିଲା । ଯାହା ପରେ ଅମ୍ପାୟାର ବଲଟିକୁ ବଦଳାଇଥିଲେ । ଏହି ମ୍ୟାଚରେ ନିକୋଲସ୍ ୩୦ ବଲରେ ଗୋଟିଏ ଛକା ଏବଂ ଗୋଟିଏ ଚୌକା ମାରି ୨୫ ରନ କରି ଶାକିବ ଉଲ୍ ହସନଙ୍କ ବଲରେ ଶିକାର ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.