ପାଖେଇ ଆସୁଛି ରଥଯାତ୍ରା, ଦ୍ରୁତ ଗତିରେ ଆଗେଇ ଚାଲିଛି ତିନି ରଥର ନିର୍ମାଣ କାମ

ପୁରୀ(କେନ୍ୟୁଜ୍): ପାଖେଇ ଆସୁଛି ରଥଯାତ୍ରା। ଦ୍ରୁତ ଗତିରେ ଆଗେଇ ଚାଲିଛି ତିନି ରଥର ନିର୍ମାଣ କାମ। ପବିତ୍ର ଦେବସ୍ନାନ ପୂର୍ଣ୍ଣମୀରେ ତିନି ରଥର ଚାରି ନାହାକା ପଡିବା ପରେ ରଥର ଉପରିଭାଗ କାମ ଆରମ୍ଭ ହୋଇଛି। ଏହା ମଧ୍ୟରେ ରଥରେ ଛନ୍ଦା ଗୟଳ ପକାଯାଇଛି।ତିନି ରଥରେ ଛନ୍ଦା ଗୟଳ ଓ ପୋଲ ଗୟଳ ପକାଯାଇଛି।ତାଳଧ୍ୱଜ ଓ ନନ୍ଦିଘୋଷ ରଥରେ ୧୨ଟି ଲେଖାଏଁ ଗୟଳ ଓ ଦେବଦଳନ ରଥର ୮ଟି ଗୟଳ ଲଗାଯାଇଛି। ପୋଲ ଗୟଳ ପଡିବା ପରେ ଛନ୍ଦା ଗୟଳ ପକାଯାଉଛି। ଏହା ନିରାଡ଼ି ଓ ପୋଲ ଗୟଳକୁ ବାନ୍ଧି ରଖିବା ଦ୍ୱାରା ରଥ ମଜଭୁତ୍‌ ହେବ। ଆଜି ଗୟଳ କାମ ସରିବାର ସମ୍ଭାବନା ରହିଛି। ଗୟଳ କାମ ସରିବା ପରେ ଯୋକା ବୁଲିବ। ପ୍ରତି ରଥର କୋଣ ଅନୁସାରେ ଯୋକା ବୁଲିବ।

Leave A Reply

Your email address will not be published.