ରୋଜଗାରକୁ ବଢ଼ାଇବା ପାଇଁ କେନ୍ଦ୍ରର ବଡ ପଦକ୍ଷେପ, ଲାଇସେନ୍ସ ପାଇଁ ନ୍ୟୁନତମ ଶିକ୍ଷା ବାଧ୍ୟତା ନୁହେଁ

କେନ୍ଦ୍ର ସରକାର ଡ୍ରାଇଭିଂ ଲାଇସେନ୍ସ ହାସଲ କରିବା ପାଇଁ ନ୍ୟୁନତମ ଶିକ୍ଷାକୁ ବାଧ୍ୟତା ହେବା ଶେଷ କରିବା ପାଇଁ ନିଷ୍ପତି ନେଇଛନ୍ତି। ବର୍ତ୍ତମାନ ବାହନ ଚଲାଉଥିବା ଡ୍ରାଇଭର ୮ମ ପାସ୍‌ ହୋଇଥିବା ଆବଶ୍ୟକ। ଏବେ ସରକାର କେନ୍ଦ୍ରୀୟ ମୋଟର ବାହନ ନିୟମ, ୧୯୮୯ ନିୟମ ୮ରେ ସଂଶୋଧନ କରିବା ନିଷ୍ପତି ନେଇଛନ୍ତି।

ସଡକ ଏବଂ ପରିବହନ ବେରୋଜଗାର ଲୋକଙ୍କର ଆବଶ୍ୟକତାକୁ ଧ୍ୟାନରେ ରଖି ଏହି ନିଷ୍ପତି ନେଇଛନ୍ତି। ଏହାଦ୍ୱାରା ବିଶେଷ ଭାବରେ ଯୁବଗୋଷ୍ଠିଙ୍କ ପାଇଁ ରୋଜଗାରର ବାଟ ଖୋଲିବ ଏବଂ ନିର୍ଣ୍ଣୟ ପରିବହନ କ୍ଷେତ୍ରରେ ପ୍ରାୟ ୨୨ ଲକ୍ଷ ଡ୍ରାଇଭରଙ୍କ ଅଭାବକୁ ପୂରା କରିବ। ମନ୍ତ୍ରାଳୟ ଜଣାଇଛି ଯେ କେନ୍ଦ୍ରୀୟ ମୋଟର ବାହନ ନିୟମ, ୧୯୮୯ରେ ସଂଶୋଧନ ପ୍ରକ୍ରୀୟା ଆରମ୍ଭ କରାଯାଇଛି। ଏହି ସମ୍ପର୍କରେ ଏକ ନିଷ୍ପତି ନିଆଯାଇ ଶୀଘ୍ର ସୂଚନା ଜାରୀ କରାଯିବ।

ଗ୍ରାମୀଣ କ୍ଷେତ୍ରରେ ଯୁବଗୋଷ୍ଠିଙ୍କୁ ହେବ ଫାଇଦା

ମନ୍ତ୍ରାଳୟ ଅନୁଯାୟୀ ନିକଟରେ ପରିବହନ ମନ୍ତ୍ରାଳୟଙ୍କ ଏକ ବୈଠକରେ ହରିୟାଣା ସରକାର ଆର୍ଥିକ ରୂପରେ ଡ୍ରାଇଭରଙ୍କ ପାଇଁ ଶିକ୍ଷାଗତ ଯୋଗ୍ୟତାକୁ ଶେଷ କରିବା ପାଇଁ ଅନୁରୋଧ କରିଥିଲେ, ଯେଉଁଠି ଡ୍ରାଇଭିଂ ଜରୀଆରେ ଲୋକମାନେ ସେମାନଙ୍କର ଜୀବିକା ଚଳଉଛନ୍ତି। ଦେଶର ଗ୍ରାମୀଣ ଅଞ୍ଜଳରେ ବହୁତ ସଂଖ୍ୟାରେ ବେରୋଗଜାର ଲୋକ ଅଛନ୍ତି। ଯେଉଁମାନଙ୍କ ପାଖରେ େଔପଚାରିକ ଶିକ୍ଷା ନାହିଁ। କିନ୍ତୁ ସେ ନିଜର ସ୍ୱାକ୍ଷର କରିପାରିବେ। ଡ୍ରାଇଭିଂ ଲାଇସେନ୍ସ ପାଇଁ ଲୋକଙ୍କୁ ବହୁତ ପରୀକ୍ଷା ଦେବାକୁ ପଡିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.