ନୀତିଶ କୁମାର ୪ର୍ଥ ଜାତୀୟ ପାରା ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ପାଇଲେ ଦୁଇଟି ସ୍ୱର୍ଣ୍ଣ

ଭୁବନେଶ୍ୱର (କେନ୍ୟୁଜ୍‌) : ହରିଆନାର ନିତିଶ କୁମାର ୪ର୍ଥ ଜାତୀୟ ପାରା ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଦୁଇଟି ସ୍ୱର୍ଣ୍ଣ ହାତେଇବାକୁ ସମର୍ଥ ହୋଇଛନ୍ତି । ନୀତିଶ ମେନ୍ସ ସିଙ୍ଗଲ ସହ ଡବଳରେ ମଧ୍ୟ ସ୍ୱର୍ଣ୍ଣ ପାଇଛନ୍ତି । ବିଶ୍ୱର ନଂ ଓ୍ଵାନ ଯୋଡି ପ୍ରମୋଦ ଭଗତ ଓ ମନୋଜ ସରକାରଙ୍କୁ ହରାଇ ଏହି ବିଜୟ ହାସଲ କରିଛନ୍ତି ।

ସେହିପରି ବିଶ୍ୱର ନଂ ୧ ପାରା ବ୍ୟାଡମିଣ୍ଟନ ଖେଳାଳୀ ଗୁଜୁରାଟର ପାରୁଲ ପାରମର ମଧ୍ୟ ସ୍ୱର୍ଣ୍ଣ ପାଇଛନ୍ତି । ଉତ୍ତରାଖଣ୍ଡର ମନ୍ଦୀପ କୌର ସିଲଭର ଓ ମାନସୀ ବ୍ରୋଞ୍ଜରେ ସନ୍ତୁଷ୍ଟ ରହିଛନ୍ତି ।
ମହିଳା ହ୍ଵିଲ ଚେୟାର ୨ କାଟେଗୋରୀରେ କର୍ଣ୍ଣାଟକର ଆମୁ ମୋହନ ସ୍ୱଣ୍ଣଁ ପାଇଛନ୍ତି । ସେହିପରି ପଞ୍ଜାବର ସାବନାଙ୍କୁ ସିଲଭର ଓ ପ୍ରେମ ବିଶ୍ୱାସ ଓ ସୁମନ ରାଓ୍ଵତଙ୍କୁ ବ୍ରୋଞ୍ଜ ମିଳିଛି ।

ତିନ ଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାର ପ୍ରାୟ ୨୨ଟି ପ୍ରତିଯୋଗିତାରେ ୫୦୦ ଖେଳାଳୀ ଯୋଗ ଦେଇଥିଲେ । ଏହି ଖେଳକୁ ଓଡ଼ିଶା ପାରା ସ୍ପୋର୍ଟ୍ସ ଆସୋସିଏସନ ଓ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମିଳିତ ଭାବେ ପରିଚାଳନା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.