ସର୍ବଭାରତୀୟ ଅନ୍ତଃବିଶ୍ୱବିଦ୍ୟାଳୟ ଭାରଉତ୍ତୋଳନ ପ୍ରତିଯୋଗିତାର ମହିଳା ବର୍ଗରେ କିଟ୍ ଛାତ୍ରୀ ସ୍ନେହାଁ ସୋରେନ୍ଙ୍କୁ ସ୍ୱର୍ଣ୍ଣ

ଭୁବନେଶ୍ୱର(କେନ୍ୟୁଜ୍) : କିଟ୍ ବିଶ୍ୱବିଦ୍ୟାଳୟର ଛାତ୍ରୀ ସ୍ନେହାଁ ସୋରେନ ସର୍ବଭାରତୀୟ ଅନ୍ତଃବିଶ୍ୱବିଦ୍ୟାଳୟ ଭାରଉତ୍ତୋଳନ ପ୍ରତିଯୋଗିତା ମିହଳା ବିଭାଗ (୪୯ କେଜି) ରେ ସ୍ୱର୍ଣ୍ଣ ପଦକ ଜିତି କିଟ ପାଇଁ ଗୌରବ ଆଣିଛନ୍ତି । ଏଥିସହିତ ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମସ ପାଇଁ ମଧ୍ୟ ମନୋନୀତ ହୋଇଛନ୍ତି ।
ଡିସେମ୍ବର ୨୭ ରୁ ୩୦ ତାରିଖ ଯାଏ ଆନ୍ଧ୍ର ପ୍ରଦେଶ ଗୁଣ୍ଟୁର ସ୍ଥିତ ଆଚାର୍ଯ୍ୟ ନାଗାର୍ଜୁନ ୟୁନିଭରସିଟିରେ ସର୍ବଭାରତୀୟ ଅନ୍ତଃବିଶ୍ୱବିଦ୍ୟାଳୟ ଭାରଉତ୍ତୋଳନ ପ୍ରତିଯୋଗିତା ଚାଲୁଅଛି । ଖେଳର ପ୍ରଥମ ଦିନରେ କିଟ ଛାତ୍ରୀ ସୋରେନ ୪୯ କେ.ଜି ଭାରଉତ୍ତୋଳନ ମିହଳା କାଟେଗୋରୀରେ ଗୋଲ୍ଡ ହାତେଇଛନ୍ତି । ପ୍ରଥମ ସ୍ଥାନରେ ରହିବାକୁ ସେ ମୋଟ ୧୬୬ କେଜି(ସ୍ନାଚ –୭୩ କେଜି, କ୍ଲିନ ଆଣ୍ଡ ଜର୍କ ୯୩ କେଜି) ଉଠାଇଥିଲେ । ସ୍ନେହାଁ ଏବେ ପଟିଆଲାର ନେସନାଲ କ୍ୟାମ୍ପରେ ପ୍ରଶିକ୍ଷଣ ନେଉଛନ୍ତି ।
ତାଙ୍କର ଏହି ସଫଳତା ପାଇଁ ସ୍ନେହାଁ କିଟ୍ ପ୍ରତିଷ୍ଠାତା ତଥା କନ୍ଧମାଳ ସାସଂଦ ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସାଂସଦ ଶ୍ରୀ ସାମନ୍ତ ସ୍ନେହାଁଙ୍କର ଗୋଲ୍ଡ ମେଡାଲ ପାଇବା ସହ ଖେଲୋ ଇଣ୍ଡିଆ ୟୁନିଭରସିଟିକୁ ମନୋନୀତ ହୋଇଥିବାରୁ ତାଙ୍କୁ ସ୍ୱାଗତ ଜଣାଇଛନ୍ତି ଓ ତାଙ୍କର ଉଜ୍ଜଳ ଭବିଷ୍ୟତର କାମନା କରିଛନ୍ତି ।