ଦକ୍ଷତା ବିକାଶ ପ୍ରତିଯୋଗିତାରେ ଓଡ଼ିଶାକୁ ୧୦ ସ୍ୱର୍ଣ୍ଣ ସହ ମିଳିଲା ମୋଟ୍‌ ୫୧ ପଦକ

ଭୁବନେଶ୍ୱର (କେନ୍ୟୁଜ୍‌) : ଦିଲ୍ଲୀରେ ଅନୁଷ୍ଠିତ ହୋଇ ଯାଇଛି ଦକ୍ଷତା ବିକାଶ ପ୍ରତିଯୋଗିତା । ଏଥିରେ ସର୍ଭଭାରତୀୟ ସ୍ତରରେ ପୁଣି ଥରେ କୀର୍ତ୍ତିମାନ ସ୍ଥାପନ କରି ଓଡ଼ିଶା ଦଳ । ‘ଇଣ୍ଡିଆ ସ୍କିଲ୍’ ପ୍ରତିଯୋଗିତାରେ ଓଡ଼ିଶା ସର୍ବାଧିକ ପଦକ ହାସଲ କରିବାରେ ସଫଳ ହୋଇଛି। ଓଡ଼ିଶା ପଛକୁ ୩୦ ପଦକ ସହ ମହାରାଷ୍ଟ୍ର ଦ୍ୱିତୀୟ ଏବଂ ୨୫ ପଦକ ଜିତି କେରଳ ତୃତୀୟ ସ୍ଥାନରେ ରହିଛି ।

ସୋମବାର ନୂଆଦିଲ୍ଲୀରେ ଆୟୋଜିତ ଇଣ୍ଡିଆ ସ୍କିଲ ୨୦୨୨ ପ୍ରତିଯୋଗିତାରେ ଓଡ଼ିଶା ୧୦ଟି ସ୍ଵର୍ଣ୍ଣ ପଦକ ଜିତିଛି । ଏହା ସହିତ ୧୮ଟି ରୌପ୍ୟ ୯ଟି କାଂସ୍ୟ ଏବଂ ୧୪ ମେଡାଲିୟନ୍ ଅଫ୍ ଏକ୍ସଲେନ୍ସ ହାସଲ କରିଛି । ସର୍ବମୋଟ ୫୧ଟି ପଦକ ଜିତିଛି ଓଡ଼ିଶା ଦଳ । ଏହି ବିଜେତାମାନେ ଆସନ୍ତା ଅକ୍ଟୋବରରେ ଚୀନର ସାଂଘାଇରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ବ ଦକ୍ଷତା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ।

ସ୍ପର୍ଣ୍ଣ ପଦକ ବିଜେତାଙ୍କୁ ୧ ଲକ୍ଷ, ରୌପ୍ୟ ବିଜେତାଙ୍କୁ ୭୫ ହଜାର ଏବଂ କାଂସ୍ୟ ପଦକ ବିଜେତାଙ୍କୁ ୫୦ ହଜାର ଟଙ୍କା ପୁରସ୍କାର ମିଳିଛି । ଓଡ଼ିଶାରୁ ୭୬ ଜଣ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ ଗ୍ରହଣ କରିଥିଲେ। କେନ୍ଦ୍ର କୌଶଳ ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ପକ୍ଷରୁ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.