ଆଜିଠୁ ହକି ବିଶ୍ୱକପ ପାଇଁ ଅଫଲାଇନ ଟିକଟ ବିକ୍ରି ଆରମ୍ଭ

କେନ୍ୟୁଜ୍: ଆଜିଠୁ ହକି ବିଶ୍ୱକପ ପାଇଁ ଅଫଲାଇନ ଟିକଟ ବିକ୍ରି ଆରମ୍ଭ ହେବ । ଜାନୁଆରୀ ୧୩ରୁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାର ବିର୍ସା ମୁଣ୍ଡା ହିକ ଷ୍ଟାଡିୟମରେ ହେବ ହକି ବିଶ୍ୱକପ । କଳିଙ୍ଗ ଷ୍ଟାଡିୟମ ଗେଟ୍‌ -୮ରେ ଥିବା ବକସ ଅଫିସରେ ଅଫ ଲାଇନ୍‌ ଟିକଟ ବିକ୍ରି କରାଯିବ । ବିର୍ସାମୁଣ୍ଡା ଷ୍ଟାଡିୟମର ୨ ଓ ୬ ନମ୍ବର ଗେଟରେ ଟିକଟ ବିକ୍ରି ହେବ । ସକାଳ ୧୧ଟାରୁ ୭ଟା ପର୍ଯ୍ୟନ୍ତ ଟିକଟ ବିକ୍ରି ହେବ । ୧୦୦ ଟଙ୍କାରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ଟିକଟ ମୂଲ୍ୟ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.