Below header

ବିଶ୍ୱ ତୀରନ୍ଦାଜ ଚାମ୍ପିଅନସିପରେ ପ୍ରଥମ ଥର ସ୍ୱର୍ଣ୍ଣ ଜିତିଲେ ଭାରତୀୟ ମହିଳା ଦଳ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ଜର୍ମାନୀର ବର୍ଲିନରେ ଅୟୋଜିତ ହୋଇଥିବା ବିଶ୍ୱ ତୀରନ୍ଦାଜ ଚାମ୍ପିଅନସିପରେ ଇତିହାସ ରଚିଛନ୍ତି ଭାରତୀୟ ମହିଳା ଦଳ। ଇଭେଣ୍ଟରେ ପ୍ରଥମ ଥର ବିଶ୍ୱ ତୀରନ୍ଦାଜ ଚାମ୍ପିୟନସିପରେ ସ୍ୱର୍ଣ୍ଣ ଜିତିଛନ୍ତି । ଭାରତୀୟ ତୀରନ୍ଦାଜ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ଜର୍ମାନୀର ବର୍ଲିନରେ ଅୟୋଜିତ ହୋଇଥିବା ବିଶ୍ୱ ତୀରନ୍ଦାଜ ଚାମ୍ପିଅନସିପରେ ଇତିହାସ ରଚିଛନ୍ତି ଭାରତୀୟ ମହିଳା ଦଳ। ମେସ୍କିକୋକୁ ଫାଇନାଲରେ ହରାଇ ମହିଳା ଦଳଗତ ଇଭେଣ୍ଟରେ ପ୍ରଥମ ଥର ବିଶ୍ୱ ତୀରନ୍ଦାଜ ଚାମ୍ପିୟନସିପରେ ସ୍ୱର୍ଣ୍ଣ ଜିତିଛନ୍ତି । ମେସ୍କିକୋକୁ ୨୩୫-୨୨୯ରେ ହରାଇ ଟାଇଟଲ ହାସଲ କରିଛି ଭାରତୀୟ ଟିମ୍‌ । ଆଉ ଏଥିପାଇଁ ଭାରତୀୟ ତୀରନ୍ଦାଜ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ମୋଦି ଟ୍ଵିଟ୍‌ କରି ଲେଖିଛନ୍ତି, ଭାରତ ପାଇଁ ଏହା ଗୌରବାନ୍ଵିତ ହେବାର ସମୟ । ଆମ ଝିଅ ବର୍ଲିନରେ ଆୟୋଜିତ ହୋଇଥିବା ବିଶ୍ୱ ତୀରନ୍ଦାଜ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ସେମାନଙ୍କୁ ଶୁଭେଚ୍ଛା । ସେମାନଙ୍କ କଠିନ ପରିଶ୍ରମ ଏବଂ ସମର୍ପଣ ଯୋଗୁଁ ଏହି ପରିଣାମ ମିଳିଛି ।

ଶୁକ୍ରବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଇଟାଲିଆନ କୋଚ୍ (ସରଜିଓ ପେଗନୀ-ଦୁଇ ଥର ବିଶ୍ୱ ସ୍ୱର୍ଣ୍ଣ ପଦକ ବିଜେତା)ଙ୍କ ନେତୃତ୍ୱରେ ଭି. ଜ୍ୟୋତି ସୁରେଖା, ଆଦିତୀ ସ୍ୱାମୀ ଏବଂ ପରନୀତ କୌରଙ୍କୁ ନେଇ ଗଠିତ ଟିମ୍ ପଦକ ବିଜୟୀ ପ୍ରଦର୍ଶନ କରିଥିଲେ। ସମସ୍ତ ଚାରି ରାଉଣ୍ଡରେ ଭାରତୀୟ ଦଳ ଆଗରେ ରହି (୫୯-୫୭, ୫୯-୫୮, ୫୯-୫୭, ୫୮-୫୭) ଟାଇଟଲ ନିଶ୍ଚିତ କରିଥିଲେ । ବିଶ୍ୱ ଚାମ୍ପିଅନସିପରେ ଜ୍ୟୋତିରଙ୍କର ଏହା ୭ମ ପଦକ । ଏହା ପୂର୍ବରୁ ସେ ୪ଟି ରୌପ୍ୟ, ୨ଟି କାଂସ୍ୟ ଜିତିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.