ବଢ଼ୁଛି ହୀରାକୁଦ ଡ୍ୟାମର ଜଳସ୍ତର : ଖୋଲିଲା ୫ଟି ଗେଟ୍‌

ବଢୁଛି ହୀରାକୁଦ ଡ୍ୟାମର ଜଳସ୍ତର । ଆଜି ଖୋଲିଲା ଆଉ ୫ଟି ଗେଟ୍‌ । ବର୍ତ୍ତମାନ ସୁଦ୍ଧା ମୋଟ୍‌ ୧୭ଟି ଗେଟ୍‌ ଦେଇ ହୀରାକୁଦ ଜଳଭଣ୍ଡାରରୁ ବନ୍ୟା ପାଣି ନିଷ୍କାସିତ ହେଉଛି ।

ସମ୍ବଲପୁର (କେନ୍ୟୁଜ): ଉପରମୁଣ୍ଡରେ ଫୁଲୁଛି ମହାନଦୀ । ବଢୁଛି ହୀରାକୁଦ ଡ୍ୟାମର ଜଳସ୍ତର । ଆଜି ଖୋଲିଲା ଆଉ ୫ଟି ଗେଟ୍‌ । ବର୍ତ୍ତମାନ ସୁଦ୍ଧା ମୋଟ୍‌ ୧୭ଟି ଗେଟ୍‌ ଦେଇ ହୀରାକୁଦ ଜଳଭଣ୍ଡାରରୁ ବନ୍ୟା ପାଣି ନିଷ୍କାସିତ ହେଉଛି । ଗତକାଲି ଦୁଇଟି ପର୍ଯ୍ୟାୟରେ ଖୋଲିଥିଲା ୧୦ଟି ଗେଟ୍‌ । ମହାନଦୀର ତଳମୁଣ୍ଡରେ ବନ୍ୟା ବିପଦ ଟଳିଥିବା ବେଳେ ଉପରମୁଣ୍ଡରେ ଓଡ଼ିଶାର ଟେନସନ୍‌ ବଢାଇଛି ଛତିଶଗଡ଼ ।

ପ୍ରବଳ ବର୍ଷା ପରେ କଲମା ବ୍ୟାରେଜର ସମସ୍ତ ୬୬ଟି ଗେଟ୍‌ ଖୋଲିବାରୁ ଉପମୁଣ୍ଡରେ ଫୁଲୁଛି ମହାନଦୀ । ହୀରାକୁଦ ଜଳଭଣ୍ଡାରରେ କ୍ରମାଗତ ବଢୁଛି ଜଳସ୍ତର । ପ୍ରବଳ ମାତ୍ରାରେ ପାଣି ପ୍ରବେଶ କରୁଛି । ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ରହିଛି ୬୨୦.୫୮ ଫୁଟ୍‌ । ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି ୪ ଲକ୍ଷ ୮୮ ହଜାର ୭୩୫ କ୍ୟୁସେକ୍‌ ବନ୍ୟା ପାଣି । ଏହି ସମୟରେ ୨ ଲକ୍ଷ ୨୩ହଜାର ୬୨୦ କ୍ୟୁସେକ୍‌ ପାଣି ନିଷ୍କାସିତ ହେଉଛି । ବର୍ତ୍ତମାନ ସୁଦ୍ଧା ହୀରାକୁଦ ଜଳଭଣ୍ଡାରରେ ପ୍ରାୟ ୧୨ ଫୁଟ୍‌ ଜାଗା ଖାଲି ରହିଛି । ଉପରମୁଣ୍ଡରୁ ଏକକାଳୀନ ୫ ଲକ୍ଷ କ୍ୟୁସେକ୍‌ ପାଣି ଆସୁଥିବାରୁ ତାହା ମହାନଦୀକୁ ଫୁଲାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.