ସାପକୁ ଚୁମ୍ବନ କଲାବେଳେ ମହିଳାଙ୍କ ମୁହଁକୁ କାମୁଡ଼ି ଧରିଲା ସାପ, ଭାଇରାଲ ହେଉଛି ଭିଡିଓ

ଜଣେ ମହିଳା ସାପକୁ ଚୁମ୍ବନ କରୁଥିବାବେଳେ ସାପ ପାଲଟା ଆକ୍ରମଣ କରିଛି । ସାପ ଠାରୁ ବିପଦ ଥିବା କଥାକୁ ଏଡ଼ାଇ ମହିଳା ସାପ ପ୍ରତି ଆକର୍ଷିତ ହୋଇ ଏହାର ମୁଣ୍ଡରେ ଚୁମ୍ବନ ଦେବା ପାଇଁ ନିଷ୍ପତ୍ତି କରିଥିଲେ । ମହିଳାଙ୍କ ଓଠକୁ ଜୋରରେ କାମୁଡ଼ି ଧରିଥିଲା ଏହି ବିରାଟକାୟ ସାପ ।

ବିଷାକ୍ତ ଏବଂ ଭୟଙ୍କର ଜୀବଯନ୍ତୁଙ୍କୁ କିଏ ବା ନଡରେ । ଭୟଙ୍କର ଜୀବଯନ୍ତୁଙ୍କ ମଧ୍ୟରୁ ସାପ ଅନ୍ୟତମ । ସାପ ବହୁତ ବିଷାକ୍ତ ହୋଇଥାଏ । କିନ୍ତୁ କିଛି ଲୋକ ସାପକୁ ଟିକିଏ ହେଲେ ବି ଭୟ କରନ୍ତି ନାହିଁ । କିଛି ଲୋକ ସାପକୁ ନିଜ ପୋଷାଜୀବ ଭାବେ ମଧ୍ୟ ରଖିଥାନ୍ତି । ତେବେ ଏହି ସାପ ନିଜର ଅସଲ ରୂପ କେତେବେଳେ ଯେ ଦେଖାଇବ ତାହା କେହି କହି ପାରିବେ ନାହିଁ । ଠିକ ଏଭଳି କିଛି ଏକ ଭିଡିଓରେ ଦେଖିବାକୁ ମିଳିଛି । ଜଣେ ମହିଳା ସାପକୁ ଚୁମ୍ବନ କରୁଥିବାବେଳେ ସାପ ପାଲଟା ଆକ୍ରମଣ କରିଥିବା ଦେଖିବାକୁ ମିଳିଛି । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଭାଇରାଲ ହୋଇଥିବା ଭିଡିଓରେ ସାପକୁ ଦୁଇ ଜଣ ବ୍ୟକ୍ତି ଧରିଥିବା ବେଳେ ଦୁଇ ଜଣ ମହିଳା ସାମ୍ନାରେ ଠିଆ ହୋଇଥିଲେ । ଦୁଇ ଜଣ ମହିଳା ପର୍ଯ୍ୟଟକ ହୋଇଥିବା ଅନୁମାନ କରାଯାଉଛି । ସାପ ଠାରୁ ବିପଦ ଥିବା କଥାକୁ ଏଡ଼ାଇ ଜଣେ ମହିଳା ସାପ ପ୍ରତି ଆକର୍ଷିତ ହୋଇ ଏହାର ମୁଣ୍ଡରେ ଚୁମ୍ବନ ଦେବା ପାଇଁ ନିଷ୍ପତ୍ତି କରିଥିଲେ ।

କିଛି ସମୟ ଭିତରେ ପରିସ୍ଥିତି ଭୟଙ୍କର ରୂପ ନେଇଥିଲା । ମହିଳାଙ୍କର ହଠାତ ଏଭଳି କାର୍ଯ୍ୟକଳପ ସାପକୁ ବିପଦ ଅନୁଭବ କରାଇଥିଲା । ନିଜ ସୁରକ୍ଷା ପାଇଁ ସାପଟି ହୁଏତ ମହିଳାଙ୍କୁ ଆକ୍ରମଣ କରିଥିଲା । ମହିଳାଙ୍କ ଓଠକୁ ଜୋରରେ କାମୁଡ଼ି ଧରିଥିଲା ଏହି ବିରାଟକାୟ ସାପ । ସାପ ଏତେ ଜୋରରେ କାମୁଡ଼ି ଧରିଥିଲା ଯେ ସେଠାରେ ଉପସ୍ଥିତ ଥିବା ସମସ୍ତ ସଦସ୍ୟ ମହିଳାଙ୍କ ସାହଯ୍ୟ ପାଇଁ ଦୌଡ଼ି ଯାଇଥିଲେ ଏବଂ ଭିଡିଓ ଟି ହଠାତ ଶେଷ ହୋଇ ଯାଇଥିଲା ।

ଭିଡିଓଟି ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେୟାର କରାଯାଇଛି । ଯାହା ଦ୍ରୁତଗତିରେ ଭାଇରାଲ ହେଉଛି । ଅପଲୋଡ ହେବାର କିଛି ସମୟ ମଧ୍ୟରେ ଏହାକୁ ଲକ୍ଷ ଲକ୍ଷ ଲୋକ ଦେଖବା ସହ ଏହାକୁ ସେୟାର ମଧ୍ୟ କରାଯାଇଛି । ୟୁଜର୍ସଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଏହି ଭିଡିଓରେ ମୋବାଇଲ ୟୁଜର୍ସ ନିଜର ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି । ଜଣେ ୟୁଜର କମେଣ୍ଟ ସେକ୍ସନରେ ଲେଖିଛନ୍ତି ଯେ, ଏହି କାରଣରୁ ଜଙ୍ଗଲି ଜୀବଯନ୍ତୁଙ୍କୁ ବିଶ୍ୱାସ କରାଯିବା ଉଚିତ ନୁହେଁ, କାହିଁକି ନା ସେମାନେ ଏବେ ମଧ୍ୟ ଜନ୍ତୁ । ଏପରି ଭାବେ ଅନେକ ୟୁଜର ନିଜର ଭିନ୍ନ ଭିନ୍ନ ମତ ରଖିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.