ନିଶ୍ୱାସ ନେବାରେ କଷ୍ଟ ହେଉଥିଲେ ସାବଧାନ, ହୋଇପାରେ ଏହି ସବୁ ରୋଗ

ଯଦି ଆପଣଙ୍କୁ ନିଶ୍ୱାସ ନେବାରେ କଷ୍ଟ ହେଉଛି ବା ଆପଣ ଜୋରରେ ଚାଲିଲେ, ଦୌଡିଲେ, ସିଡି ଚଢ଼ିଲେ ଓ କୌଣସି ପ୍ରକାର ଛୋଟ କାମ କଲେ ବହୁତ ଶୀଘ୍ର ଥକି ଯାଉଛନ୍ତି । ତାହେଲେ ଜାଣନ୍ତୁ ଆପଣ କେଉଁ ପ୍ରକାର ରୋଗରେ ଆକ୍ରାନ୍ତ ହୋଇଛନ୍ତି ।

ମଣିଷ ସୁସ୍ଥ ଥିଲେ ହିଁ ଭଲ ଭାବେ ନିଶ୍ୱାସ ନେଇ ପାରେ । ଯଦି ଆପଣଙ୍କୁ ନିଶ୍ୱାସ ନେବାରେ କଷ୍ଟ ହେଉଛି ବା ଆପଣ ଜୋରରେ ଚାଲିଲେ, ଦୌଡିଲେ, ସିଡି ଚଢ଼ିଲେ ଓ କୌଣସି ପ୍ରକାର ଛୋଟ କାମ କଲେ ବହୁତ ଶୀଘ୍ର ଥକି ଯାଉଛନ୍ତି । ତାହେଲେ ଜାଣନ୍ତୁ ଆପଣ କେଉଁ ପ୍ରକାର ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଏହି ସବୁ କାମ କରିବାରେ କଷ୍ଟ ହେଉଥିଲେ ଆପଣଙ୍କ ଶରୀରରେ କିଛି ଗମ୍ଭୀର ସମସ୍ୟା ହୋଇଥାଇପାରେ ।

ହେଲଥଡାଇରେକ୍ଟରଙ୍କ ଅନୁସାରେ ଫୁସଫୁସ ରୋଗ, ହାର୍ଟ ରୋଗ, ଫୁସଫୁସ ଓ ହାର୍ଟ ସଂକ୍ରମଣ, ପ୍ୟାନିକ ଆଟକ ଓ ଫୁସଫୁସ ଶିରାରେ ବ୍ଲକେଜ ହେବା ଦ୍ୱାରା ନିଶ୍ୱାସ ନେବାରେ ସମସ୍ୟା ହୋଇଥାଏ । ଏହି କାରଣରୁ ଆପଣ ସିଡ଼ି ଚଢ଼ିବା ସମୟରେ କିମ୍ବା ଦୌଡ଼ିବା ସମୟରେ ନିଶ୍ୱାସ ନେବାରେ କଷ୍ଟ ହୋଇଥାଏ ।

ଏଥିପାଇଁ ବଦଳୁଥିବା ଋତୁରେ ମଣିଷ ନିଜ ଶରୀରର ଅଧିକ ଧ୍ୟାନ ନେବା ଉଚିତ୍‌ :

ବର୍ତ୍ତମାନ ସମୟରେ ବହୁତ ଶୀଘ୍ର ଋତୁ ପରିବର୍ତ୍ତନ ହେବାକୁ ଲାଗୁଛି । ଏପରି ପରିସ୍ଥିତିରେ ନିଶ୍ୱାସ ଜନିତ ରୋଗ ମଣିଷ ଶରୀର ପାଇଁ ବିପଜ୍ଜନକ ହୋଇଥାଏ । ଏହି ସମୟରେ ଭାଇରସର ବିପଦ ଶରୀର ପାଇଁ ଅଧିକ ହୋଇଥାଏ । ମଣିଷ ନିଶ୍ୱାସ ନେଉଥିବା ନଳୀ ଫୁଲି ଯିବାକୁ ଲାଗିଥାଏ ଓ ଫୁସଫୁସ, ହାର୍ଟ ଜନିତ ରୋଗରେ ଆପଣ ଆକ୍ରନ୍ତ ହୋଇପାରନ୍ତି । ତେବେ ଏହିପରି ବଦଳୁଥିବା ଋତୁରେ ସ୍ୱାସ୍ଥ୍ୟର ଅଧିକ ଧ୍ୟନ ନେବା ଉଚିତ୍‌ ।
ଧୂମପାନ ଓ ଜଙ୍କ ଫୁଡ୍‌ ଏହି ରୋଗ ପାଇଁ ଖରାପ ହୋଇଥାଏ :

ଧୂମପାନ ଓ ଜଙ୍କ ଫୁଡ୍‌ ଅଧିକ ଖାଇବା ଦ୍ୱାରା ନିଶ୍ୱାସ ଜନିତ ରୋଗର ଆରମ୍ଭ ହୋଇପାରେ । ସେଥିପାଇଁ ଚର୍ବିଯୁକ୍ତ ଖାଦ୍ୟ ଓ ଧୂମପାନ ଠାରୁ ଦୂରେଇ ରହିବା ଉଚିତ୍‌ । ନଚେତ ନିଶ୍ୱାସ ଜନିତ ରୋଗ ଅଧିକ ହେବାର ସମ୍ଭାବନା ଥାଏ ।
ଫୁସଫୁସର ଡିଟକ୍ସ କରିବା ପାଇଁ ଏହି ପରିବା ଓ ଫଳକୁ ନିଜ ଡାଏଟରେ ସାମିଲ କରନ୍ତୁ :

ଫୁସଫୁସକୁ ମଜବୁତ କରିବା ଓ ଡିଟକ୍ସ କରିବା ପାଇଁ ପରିବା ଓ ଫଳ ଜରୁରୀ ହୋଇଥାଏ । ଆଣ୍ଟିଆକ୍ସିଡାଣ୍ଟ ଓ ଆଣ୍ଟିଇନଫ୍ଲାମେଟୋରୀ ଖାଦ୍ୟ ଆବଶ୍ୟକ ହୋଇଥାଏ । ଏଥିପାଇଁ ନିଜ ଡାଏଟରେ ହଳଦୀ, ଟମାଟୋ, କଖାରୁ, ଆପଲ ପରି ଖାଦ୍ୟ ସାମିଲ କରିବା ଜରୁରୀ ହୋଇଥାଏ ।

ଅଦା ଫୁସଫୁସରେ ଥିବା ମଇଳା ସଫା କରିବାରେ ସାହାଯ୍ୟ କରିଥାଏ :

ପ୍ରତି ଦିନ ଅଦା,ଲେମ୍ବୁ ଓ ମହୁ ରେ ତିଆରି ହୋଇଥିବା ହର୍ବାଲ ଚା’ ପିଅନ୍ତୁ । ଏହା ଦ୍ୱାରା ଠିକ୍‌ ଭାବେ ନିଶ୍ୱାସ ନେବା ସହ ଫୁସଫୁସରେ ଥିବା ମଇଳା ସଫା ମଧ୍ୟ ହୋଇଥାଏ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.