Below header

ଦୂର ହେଲା ଦ୍ୱନ୍ଦ୍ୱ: ଆସନ୍ତା ବୁଧବାର ହେବ ଶ୍ରୀଜିଉଙ୍କର ବନକଲାଗି ନୀତି

ଆସନ୍ତା ବୁଧବାର ଦିନ ହେବ ଶ୍ରୀଜିଉଙ୍କର ବନକ ଲାଗି ନୀତି । ଗତକାଲି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆଲୋଚନା ପରେ ଦ୍ୱନ୍ଦ୍ୱ ଦୂର କରାଯାଇଛି । ବିଭିନ୍ନ ଶାସ୍ତ୍ରୀୟ ଓ ବୈଦିକ ମତାମତ ସଂଗ୍ରହ କରାଯାଇ ଆସନ୍ତା ବୁଧବାର ମହାପ୍ରଭୁଙ୍କର ବନକଲାଗି ନୀତି କରିବା ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଥିଲା ।

ପୁରୀ (କେନ୍ୟୁଜ): ତୁଟିଲା ବିବାଦ।  ଆସନ୍ତା ବୁଧବାର ଦିନ ହେବ ଶ୍ରୀଜିଉଙ୍କର ବନକଲାଗି ନୀତି । ବୁଧବାର ଓ ଗୁରୁବାରକୁ ନେଇ ପୂର୍ବରୁ ଦ୍ୱନ୍ଦ୍ୱ ଉପୁଜି ଥିଲା । ଗତକାଲି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆଲୋଚନା ପରେ ଦ୍ୱନ୍ଦ୍ୱ ଦୂର କରାଯାଇଛି । ବିଭିନ୍ନ ଶାସ୍ତ୍ରୀୟ ଓ ବୈଦିକ ମତାମତ ସଂଗ୍ରହ କରାଯାଇ ଆସନ୍ତା ବୁଧବାର ମହାପ୍ରଭୁଙ୍କର ବନକଲାଗି ନୀତି କରିବା ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଥିଲା । ଏଥିରେ ଦତ୍ତମହାପାତ୍ର ନିଯୋଗ ସହମତି ପ୍ରକାଶ କରିଛନ୍ତି ।

ସୂଚନା ଅନୁଯାୟୀ ପ୍ରଶାସନ ପକ୍ଷରୁ ବୁଧବାର ବନକଲାଗି ନୀତି କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଗୁରୁବାର ବନକଲାଗି କରାଯିବ ବୋଲି ଦତ୍ତମହାପାତ୍ର ନିଯୋଗର ସମ୍ପାଦକ ମଦନମୋହନ ଦତ୍ତ ଜିଦ୍‌ ଧରି ବସିଥିଲେ । ସତ୍ତ୍ୱଲିପିରେ ଗୁରୁବାର ବନକଲାଗି ବା ଶ୍ରୀମୁଖ ଶିଙ୍ଗାର କରାଯିବା ବିଧି ରହିଛି ବୋଲି ସେମାନେ କହିଥିଲେ । ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତମହାପାତ୍ର ସେବାୟତ ନିଯୋଗ ମଧ୍ୟରେ ଏଭଳି ବିବାଦ ଯୋଗୁଁ ନୀଳାଦ୍ରି ବିଜେ ପରଠାରୁ ଠାକୁରମାନଙ୍କ ଶ୍ରୀମୁଖ ଶିଙ୍ଗାର କରାଯାଇନାହିଁ । ଫଳରେ ଶ୍ରୀମନ୍ଦିର ଆସୁଥିବା ଅଗଣିତ ଭକ୍ତ ଠାକୁରଙ୍କ ମଳିନ ମୁଖକୁ ଦର୍ଶନ କରି ଫେରିବା ସହ ଏହାକୁ ନେଇ ଭକ୍ତ ମହଲରେ କ୍ଷୋଭ ପ୍ରକାଶ ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.