Below header

ଲଗାଣ ବର୍ଷା: କାନ୍ଥ ପଡ଼ି ୩ ବର୍ଷର ଶିଶୁପୁତ୍ରର ମୃତ୍ୟୁ

କାନ୍ଥ ପଡ଼ି ୩ ବର୍ଷର ଶିଶୁପୁତ୍ରର ମୃତ୍ୟୁ ଘଟିଛି। ଏପରି ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ବୁଢାଖମଣ ଗ୍ରାମ ହାତିମରା ସାହିରେ । ମୃତ ଶିଶୁପୁତ୍ର ଜଣଙ୍କ ମୁନା ମୁଣ୍ଡାଙ୍କ ୪ ବର୍ଷର ଶିଶୁପୁତ୍ର କରୁଣା ମୁଣ୍ଡା ବୋଲି ଜଣାପଡିଛି ।

ଘଟଗାଁ (କେନ୍ୟୁଜ): କାନ୍ଥ ପଡ଼ି ୩ ବର୍ଷର ଶିଶୁପୁତ୍ରର ମୃତ୍ୟୁ ଘଟିଛି। ଏପରି ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ବୁଢାଖମଣ ଗ୍ରାମ ହାତିମରା ସାହିରେ । ମୃତ ଶିଶୁପୁତ୍ର ଜଣଙ୍କ ମୁନା ମୁଣ୍ଡାଙ୍କ ୪ ବର୍ଷର ଶିଶୁପୁତ୍ର କରୁଣା ମୁଣ୍ଡା ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ପ୍ରତ୍ୟେକ ଦିନ ପରି ଶୁକ୍ରବାର ରାତିରେ ବାପା ମାଙ୍କ ସହିତ ଶୋଇଥିଲେ କରୁଣା । ତେବେ ଶୋଇଥିବା ବେଳେ ପ୍ରାୟ ରାତି ୪ଟା ସମୟରେ କାନ୍ଥ ଭୁଶୁଡି ସିଧା କରୁଣାଙ୍କ ମୁହଁ ଉପରେ ପଡିଥିଲା । ଘଟଣାସ୍ଥଳରେ ହିଁ ପିଲାଟି ଚିତ୍କାର କରି ମୃତ୍ୟୁ ହୋଇଯାଇଥିଲା । ମୃତ ଶିଶୁପୁତ୍ରର ବୟସ ୪ ବର୍ଷ ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.