Below header

ପନ୍ତଙ୍କ ପରେ ରବୀନ୍ଦ୍ର ଜାଡେଜା ଆହତ, ଆଙ୍ଗୁଠି ଭାଙ୍ଗି ଥିବାରୁ ଅଷ୍ଟ୍ରେଲିଆ ସିରିଜରୁ ବାଦ ପଡିଲେ

ମୁମ୍ବାଇ : ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ଦଳ ପାଇଁ ଏକ ବଡ ଝଟକା । ଅଲ ରାଉଣ୍ଡର ରବୀନ୍ଦ୍ର ଜାଡେଜା ଆହତ ହୋଇଛନ୍ତି । ସେ ଆଉ ଖେଳି ପାରିବେ ନାହିଁ । ସିଡନୀ ଟେଷ୍ଟର ତୃତୀୟ ଦିନ ଜାଡେଜାଙ୍କ ବାମହାତ ଆଙ୍ଗୁଠିରେ ଆଘାତ ଲାଗିଛି । ସେ ଦ୍ଵିତୀୟ ଇଂନିସରେ ମଧ୍ୟ ବ୍ୟାଟିଂ କରି ପାରିବେ ନାହିଁ । ପୂର୍ବରୁ ଉଇକେଟକିପର ଋଷଭ ପନ୍ତ ଆହତ ହୋଇଛନ୍ତି । ତେବେ ତାଙ୍କ ଆଘାତ ଗୁରୁତର ନୁହେଁ । ହେଲେ ଜାଡେଜାଙ୍କ ଆଙ୍ଗୁଠି ଭାଙ୍ଗି ଯାଇଛି । ସେ ସିରିଜରେ ଆଉ ଖେଳି ପାରିବେ ନାହିଁ ।

photo-india.com

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.