ରୋହିତ ଶର୍ମାଙ୍କ ଝିଅ ସହିତ ଫଟୋ ଉଠାଇ ରିତିକାଙ୍କୁ ପ୍ରଶ୍ନ ପଚାରିଲେ ଋଷଭ ପନ୍ତ

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଆଜି ବାଙ୍ଗାଲୋର ଏକ ଚିନ୍ନାସ୍ୱାମୀ ଷ୍ଟାଡିଅମରେ ଖେଳାଯିବ। ଭାରତ ପ୍ରଥମ ଟେଷ୍ଟ ମ୍ୟାଚରେ ଶ୍ରୀଲଙ୍କାକୁ ୨୨୨ ରନରେ ହରାଇଥିଲା ଟିମ୍‌ ଇଣ୍ଡିଆ। ସେହିପରି ଆଜି ବାଙ୍ଗାଲୋରରେ ହେବାକୁ ଥିବା ଟେଷ୍ଟ ମ୍ୟାଚ ଦିବାରାତ୍ରି ମ୍ୟାଚ୍‌ ହେବ। ଆଉ ଦ୍ୱିତୀୟ ଟେଷ୍ଟ ପାଇଁ ଭାରତୀୟ ଖେଳାଳି ଜବରଦସ୍ତ ପ୍ରସ୍ତୁତି ଚଳାଇଛନ୍ତି।

ଏହା ମଧ୍ୟରେ ପ୍ରଥମ ମ୍ୟାଚରେ ଧୂଆଁଦାର ବ୍ୟାଟିଂ କରିଥିବା ଋଷଭ ପନ୍ତ ଅଧିନାୟକ ରୋହିତ ଶର୍ମାଙ୍କ ଝିଅ ସମାୟାର ସହିତ ଡ୍ରଇଂ କରୁଥିବା ନଜର ଆସିଛନ୍ତି। ଋଷଭ ପନ୍ତ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ସମାୟରା ସହିତ ପେପରରେ ତିଆରି କରିଥିବା ଡ୍ରଇଂ ସହିତ ଫଟୋ ଉଠାଇଛନ୍ତି ପନ୍ତ। ଆଉ ପନ୍ତ ଏହି ପୋଷ୍ଟକୁ ସେୟାର କରି ରୋହିତଙ୍କ ପତ୍ନୀ ରିତିକାଙ୍କୁ ଟ୍ୟାଗ୍‌ କରି କହିଛନ୍ତି, ‘କ୍ୟାପସନ ଦରକାର’।

 

View this post on Instagram

 

A post shared by Rishabh Pant (@rishabpant)

ସୂଚନାଯୋଗ୍ୟ, ଦଭାରତ-ଶ୍ରୀଲଙ୍କା ଦିବାରାତି ଟେଷ୍ଟ ମ୍ୟାଚ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟ ବେଶ୍‌ ଉତ୍ସୁକତା ବଢିଯାଇଥିଲା। ଖବର ମୁତାବକ, କେଏସିଏର କୋଷାଧ୍ୟକ୍ଷ ବିନୟ ମୃତ୍ୟୁଞ୍ଜୟ କହିଛନ୍ତି, ପ୍ରଥମ ଦୁଇଦିନ ପାଇଁ ଉପଲବ୍ଧ ୧୦ ହଜାର ଟିକେଟ ପ୍ରଥମରୁ ହିଁ ବୁକ୍‌ ହୋଇସାରିଛି। ଟିକେଟ ପାଇଁ ଲୋକେ ଚାହିଁ ରହିଥିବାରୁ କେଏସିଏ ପକ୍ଷରୁ ଅତିରିକ୍ତ ଟିକେଟ ବିକ୍ରି ଆରମ୍ଭ ହୋଇଛି। ର୍ଶକ ଷ୍ଟାଡିଅମକୁ ପ୍ରବେଶ ପାଇଁ ଯେଉଁ ପ୍ରତିବନ୍ଧକ ରହିଥିଲା, ତାହା ହଟିବା ପରେ ସଂପୂର୍ଣ୍ଣ କ୍ଷମତା ସହିତ ଟିକେକ ବିକ୍ରି ଆରମ୍ଭ କରିଦିଆଯାଇଛି। ବାଙ୍ଗାଲୋରରେ ଜୁନ ୨୦୧୮ରେ ପରେ ଏହି ଟେଷ୍ଟ ମ୍ୟାଚ ଆସନ୍ତାକାଲି ଖେଳାଯିବ। ଜାନୁଆରୀ ୨୦୨୦ରେ ଇଣ୍ଟରନ୍ୟାସନାଲ ମ୍ୟାଚ ଏହି ଷ୍ଟାଡିଅମରେ ଖେଳାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.