Below header

ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ସେମିଫାଇନାଲ, ବର୍ଷା ଯୋଗୁଁ ଖେଳ ବନ୍ଦ

ବିଶ୍ୱକପର ଦ୍ୱିତୀୟ ସେମି ଫାଇନାଲ ମ୍ୟାଚରେ ବର୍ଷା ସାଜିଛି ବାଧକ । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଛି ଦକ୍ଷିଣ ଆଫ୍ରିକା ।ବର୍ତ୍ତମାନ ସୁଦ୍ଧା ଦକ୍ଷିଣ ଆଫ୍ରିକା ୧୪ ଓଭରରେ ୪୪/୪ ଓ୍ଵିକେଟ ହରାଇଛି । ହେଲେ ବର୍ଷା ଯୋଗୁଁ ଖେଳ ବନ୍ଦ ରହିଛି ।

ବିଶ୍ୱକପର ଦ୍ୱିତୀୟ ସେମି ଫାଇନାଲ ମ୍ୟାଚ କୋଲକତାର ଇଡେନ ଗାଡେର୍ନ୍ସରେ ଖେଳାଯାଉଛି । ଏହି ମ୍ୟାଚରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଛି ଦକ୍ଷିଣ ଆଫ୍ରିକା । ହେଲେ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଛି ଦଳ । ଅଷ୍ଟ୍ରେଲିଆର ଦୁଇ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଓ ଜୋଶ ହେଜେଲଉଡ ଦକ୍ଷିଣ ଆଫ୍ରିକାକୁ ଘାଇଲା କରିଛନ୍ତି । ପ୍ରଥମ ୧୦ ଓଭରରେ ମାତ୍ର ୧୮ ରନ କରି ଦୁଇ ୱିକେଟ ହରାଇଥିବା ଦକ୍ଷିଣ ଆଫ୍ରିକା ଏବେ ଆହୁରି ସଙ୍କଟ ମଧ୍ୟକୁ ଚାଲି ଯାଇଛି । ବର୍ତ୍ତମାନ ସୁଦ୍ଧା ଦକ୍ଷିଣ ଆଫ୍ରିକା ୧୪ ଓଭରରେ ୪୪/୪ ଓ୍ଵିକେଟ ହରାଇଛି । ଆଉ ମ୍ୟାଚରେ ବର୍ଷା ସାଜିଛି ବାଧକ ।

ଦକ୍ଷିଣ ଆଫ୍ରିକା ୧୪ ଓଭରରେ ୪ ୱିକେଟ ହରାଇ ୪୪ ରନ କରିଥିବା ବେଳେ ହଠାତ୍ କୋଲାକାତାର ଇଡେନ ଗାର୍ଡେନ୍ସରେ ବର୍ଷା ଆରମ୍ଭ ହୋଇଛି । ଏଥିଯୋଗୁ ମ୍ୟାଚ୍କୁ ସ୍ଥଗିତ ରଖାଯାଇଛି । କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳା ଯାଉଥିବା ଆଜିର ଦ୍ୱିତୀୟ ସେମି ଫାଇନାଲ ମ୍ୟାଚରେ ଟସ୍ ଜିତି ଦକ୍ଷିଣ ଆଫ୍ରିକା ଅଧିନାୟକ ତେମ୍ବା ବଭୁମା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ତେବେ ଦକ୍ଷିଣ ଆଫ୍ରିକାର କୌଣସି ଖେଳାଳି ଏପର୍ଯ୍ୟନ୍ତ ୧୦ରୁ ଅଧିକ ରନ କରିନାହାନ୍ତି ।

କ୍ୱିଣ୍ଟନ ଡି’ କକ୍‌ ୩ ରନ୍‌ କରି ହେଜଲହୁଡଙ୍କ ଶିକାର ହୋଇଥିଲେ । ସେହିପରି ତେମ୍ବା ବଭୁମା ୦, ଦସେନ ୬, ମାର୍କମ ୧୦ ରନ୍‌ କରି ଆଉଟ୍‌ ହୋଇଛନ୍ତି । ବର୍ଷା ପାଇଁ ଖେଳ ବନ୍ଦ ଥିବା ବେଳେ ବର୍ଷା ଛାଡିଲେ ଖେଳ ଆରମ୍ଭ ହେବ । ଆଉ ଯଦି ବର୍ଷା ନ ଛାଡେ, ତେବେ ଆସନ୍ତାକାଲି ଏହିଠାରୁ ପୁଣି ଖେଳ ଆରମ୍ଭ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.