Below header

ସ୍ୱସ୍ତିକ ସାମଲଙ୍କ ସମେତ ତିନି କ୍ରିକେଟ୍‌ ବ୍ୟକ୍ତିତ୍ୱଙ୍କୁ ସରୋଜ ମହାସୁଆର ସ୍ମୃତି ସମ୍ମାନ ପ୍ରଦାନ

ଭୁବନେଶ୍ୱର (କେ ନ୍ୟୁଜ୍‌) : ରାଜ୍ୟର ପ୍ରତିଭା ସମ୍ପନ୍ନ ଯୁବ ବ୍ୟାଟ୍ସମ୍ୟାନ୍ ସ୍ୱସ୍ତିକ ସାମଲ ଏବ˚ ଦୁଇ ପ୍ରତିଷ୍ଠିତ ଅମ୍ପାୟାର ସତ୍ୟେନ୍ଦ୍ର ମୋହନ ମହାନ୍ତି ଓ ଅନନ୍ତ ବାସୁଦେବ ମିଶ୍ର ପୁରସ୍କୃତ । ଏମାନଙ୍କୁ ଚଳିତ ବର୍ଷର ‘ସରୋଜ ମହାସୁଆର ସ୍ମୃତି ସମ୍ମାନ’ ପ୍ରଦାନ କରାଯାଇଛି।
ସରୋଜ ମହାସୁଆର ସ୍ମୃତି କମିଟି ପକ୍ଷରୁ ଭୁବନେଶ୍ୱର ଟାଉନ୍‌ କ୍ଲବ୍‌ ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଆଜି ଏହି କ୍ରୀଡ଼ା ବ୍ୟକ୍ତିତ୍ୱମାନଙ୍କୁ ପୁରସ୍କୃତ କରାଯାଇଛି । ଏଥିରେ ମନ୍ତ୍ରୀ ଅଶୋକ ପଣ୍ଡା, ସମୀର ରଞ୍ଜନ ଦାଶ, ବିଧାୟକ ଅନନ୍ତ ନାରାୟଣ ଜେନା, ଲଳିତେନ୍ଦୁ ମହାପାତ୍ର, ଟାଉନ୍‌ କ୍ଲବ୍‌ର ସଭାପତି ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ପୂର୍ବତନ କର୍ପୋରେଟର ବିରଞ୍ଚି ମହାସୂପକାର, ପ୍ରସିଦ୍ଧ କ୍ରିକେଟ୍‌ କୋଚ୍‌ କିଶେର ମାଣିଆ ଏବଂ କ୍ଲବ୍‌ର ସମ୍ପାଦକ ମନୋଜ କୁମାର ମହାପାତ୍ର ଉପସ୍ଥିତ ଥିଲେ ।
ଦୀର୍ଘ୧୬ ବର୍ଷ ଧରି ଏହି ପୁରସ୍କାର ପ୍ରଦାନ କରାଯାଇ ଆସୁଛି । ସରୋଜ ମହାସୁଆର ସ୍ମୃତି କମିଟି ଏବ˚ ବରିଷ୍ଠ କ୍ରୀଡ଼ା ସାମ୍ବାଦିକଙ୍କୁ ନେଇ ଗଠିତ ପୁରସ୍କାର କମିଟି ପୁରସ୍କୃତ ହେବାକୁ ଥିବା କ୍ରୀଡ଼ା ବ୍ୟକ୍ତିମାନଙ୍କୁ ମନୋନୀତ କରିଥାଏ । ସୂଚନାଯୋଗ୍ୟ, ଜଣାଶୁଣା ରାଜ୍ୟସ୍ତରୀୟ ଅମ୍ପାୟାର ସରୋଜ ମହାସୁଆର ୨୦୦୨ ମସିହାରେ କଟକରେ ଅନ୍ତଃଜିଲ୍ଲା ପ୍ରତିଯୋଗିତାର ଏକ ମ୍ୟାଚ୍ ପରିଚାଳନା କରି ଭୁବନେଶ୍ୱର ଫେରୁଥିବା ବେଳେ ରାସ୍ତା ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ତାଙ୍କରି ସ୍ମୃତିରେ ଏହି ପୁରସ୍କାର ପ୍ରଦାନ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.