ଆଉ ଚଳିବନି କାମ ଚଳା ହେଲମେଟ, ସତର୍କ ରୁହନ୍ତୁ ନହେଲେ ଗଣିବେ ଜରିମାନା

ଦେଶରେ ଲାଗୁ ହୋଇଥିବା ନୂଆ ମୋଟର ଯାନ ଅଧିନିୟମରେ ବିନା ହେଲମେଟ ଚାଳକଙ୍କ ଉପରେ ମୋଟା ଅଙ୍କର ଚାଲାଣ କଟା ଚାଳିଛି। କିନ୍ତୁ ଏବେ ଏହି ନିୟମରେ ଆଉ ଏକ ଆଶ୍ଚର୍ଯ୍ୟ କଲାଭଳି ଖବର ଆସିଛି। ଆଉ ସେହିଟି  ହେଉଛି ଖରାପ ଗୁଣବତ୍ତାର  ହେଲମେଟ ପିନ୍ଧିଲେ ମଧ୍ୟ ଲାଗିବ ଫାଇନ। ଉତ୍ତମ ଗୁଣବତ୍ତା ଓ ବାୟୂଚଳାଚଳ କରୁଥିବା  ହେଲମେଟ  ସାଇକେଲ ଓ ସ୍କୁଟି ଚାଳକଙ୍କ ପାଇଁ  ମଧ୍ୟ ଲଗୁହେବ । ତେଣୁ  ଏବେ ଖରାପ ମାନର ହେଲମେଟ ପିନ୍ଧିଲେ ମଧ୍ୟ ଦେବାକୁ ପଡିବ ଜରିମାନା।

ହେଲମେଟର ଗୁଣବତ୍ତା ଉପରେ ଧ୍ୟାନ ଦିଅନ୍ତୁ

ଏକ ସରକାରୀ ସମୀକ୍ଷା ଅନୁସାରେ ଦେଶରେ  ପ୍ରତିଦିନ ୨୮ ଲୋକ ବିନା ହେଲମେଟରେ ବାଇକ ଦୁର୍ଘଟଣାରେ ମୃତ୍ୟୁ ବରଣ କରୁଛନ୍ତି। ଦେଶରେ  ବିନା ହେଲମେଟ ଗାଡି ଚାଳନା ଉପରେ ଜରିମାନ ବଢାଯିବା ସହ  ହେଲମେଟର ଗୁଣବତ୍ତାକୁ ମଧ୍ୟ ଧ୍ୟାନ ଦିଆଯାଇଛି। ଯଦି ହେଲମେଟ ଖରାପ ଗୁଣବତ୍ତାର ହୋଇଥାଏ ତେବେ ଏହା ଉପରେ ଚାଳଣ କଟାଯାଇପାରିବ। ନୂଆ ମାନଙ୍କ ଅନୁସାରେ  ହେଲମେଟର ଓଜନ ୧ କିଲୋ ୨୦ ଗ୍ରାମରୁ କମ ହେବା ଦରକାର। କିନ୍ତୁ ବର୍ତ୍ତମାନ ୧.୫ କିଲୋରୁ ନେଇ ୨ କିଲୋ ମଧ୍ୟରେ ହେଲମେଟ ବଜାରରେ ମିଳୁଛି ଯାହାକୁ ଚାଳକ ମାନେ କିଣି ପିନ୍ଧୁଛନ୍ତି। ଏହି ହେଲମେଟ ଗୁଡିକ ଅଧିକ ଓଜନ ସାଙ୍ଗକୁ ପବନ ଚଳାଚଳର ବ୍ୟବସ୍ଥା ନଥାଏ। ଯେଉଁଥିପାଇଁ ଚାଳକଙ୍କୁ ଅନେକ ସମସ୍ୟା ଭୋଗିବାକୁ ପଡିଥାଏ।  ଆଉ ସେମାନେ ହେଲମେଟ ପିନ୍ଧିବାକୁ ପସନ୍ଦ କରନ୍ତି ନାହିଁ।

ବିଆଇଏସ ନୂଆ ମାନଙ୍କ ହେଲମେଟର ନିଷ୍ପତ୍ତି ନେଇଛି

ପରିବହନ ମନ୍ତ୍ରୀ ନିତୀନ ଗଡକରୀଙ୍କ  ଆଦେଶ ଉପରେ  ଯୁଗ୍ମ ସଚିବ ଅଭୟ ଦାମଲେଙ୍କ ଅଧ୍ୟକ୍ଷତାରେ ୨୦୧୬ ମସିହାରେ ଏକ ସମିତ ଗଠନ କରାଯାଇଥିଲା। ଯେଉଁଥିରେ ଭାରତୀୟ ମାନଙ୍କ ବ୍ୟୁରୋ (ବିଆଇଏସ)ର ସାହାଯ୍ୟରେ ହାଲକା ଓ ବାୟୂ ଚଳାଚଳ ହେଲମେଟ ତିଆରି କରିବା ପାଇଁ ନୂଆ  ମାନଙ୍କ ପ୍ରସ୍ତୁତ କରାଯାଇଥିଲା । ଏହାକୁ ଆସନ୍ତା ମାସରେ ଜାରି କରାଯିବ। ଏହା ପରେ ଏହାକୁ ସଂଶୋଧିତ ଅଧିନିୟମରେ ସାମିଲ କରାଯିବ। ଏହା ସହିତ ବିନା  ବିଆଇଏସ ମାନଙ୍କ ହେଲମେଟ ବିକ୍ରିରେ କମ୍ପାନୀ ଉପରେ ଦୁଇ ଲକ୍ଷ ଟଙ୍କାର  ଜରିମାନା ଲଗାଯିବ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.