ବର୍ଷା କରାଇ ଦେଲା ନାହିଁ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍
ଧର୍ମଶାଳା : ଘରେ ପଶିବା ଆଗରୁ ଚାଳ ବାଜିଲା ଭଳି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଆରମ୍ଭ ହେବାକୁ ଥିବା କ୍ରିକେଟ୍ ସିରିଜ୍ରେ ବର୍ଷା ବାଧକ ସାଜିଛି । ଏଠାରେ ଆଜି ସିରିଜ୍ର ପ୍ରଥମ ଟି-୨୦ ମ୍ୟାଚ୍ ଖେଳାଯିବାର ଥିଲା । ତେବେ ପ୍ରବଳ ବର୍ଷା ଯୋଗୁଁ ଟସ୍ ବି ପଡ଼ି ପାରିନଥିଲା । ଅପେକ୍ଷା କରି କରି ଶେଷକୁ ଅମ୍ପାୟାର ମ୍ୟାଚ୍କୁ ବାତିଲ କରି ଦେଇଛନ୍ତି ।
ରାତି ୭ଟା ବେଳେ ଖେଳ ଆରମ୍ଭ ହେବାର ଥିଲା । ତେବେ ବର୍ଷା ଛାଡ଼ିଲା ନାହିଁ ଏବଂ ପଡ଼ିଆ ମଧ୍ୟ ଖୁବ୍ ଓଦା ଥିଲା । ତେଣୁ ଖେଳ ସମ୍ଭବ ହେଲା ନାହିଁ । ଏବେ ଦୁଇ ଦଳ ୧୮ ତାରିଖ ଦିନ ଦ୍ୱିତୀୟ ଟି-୨୦ ମ୍ୟାଚ୍ ପଞ୍ଜାବର ମୋହାଲିରେ ଖେଳିବେ ।
Things not looking great here in Dharamsala at the moment. It is pouring ⛈️⛈️😢 #TeamIndia #INDvSA pic.twitter.com/azf8NDMVTV
— BCCI (@BCCI) September 15, 2019
Work in progress at the moment to get the ground ready here in Dharamsala 🤞🏻#INDvSA pic.twitter.com/Oqbsy3go0g
— BCCI (@BCCI) September 15, 2019